ହଙ୍ଗକଙ୍ଗ୍ରେ ଚୀନ୍କୁ ବିରୋଧ, ଭାରତକୁ ସମର୍ଥନ କରି ଉଡାଇଲେ ତ୍ରିରଙ୍ଗା

ହଙ୍ଗକଙ୍ଗ୍ : ଚୀନ୍ର ବିସ୍ତାରବାଦୀ ନୀତି ପାଇଁ ସେ ସାରା ବିଶ୍ୱରେ ନିନ୍ଦିତ । ଭାରତ ସହ ଚୀନ୍ର ସମ୍ପର୍କରେ ତିକ୍ତତା ଥିବାବେଳେ ଚୀନ୍ ଭାରତ ବିରୋଧରେ ପାକିସ୍ତାନ ଓ ନେପାଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଭାରତ ମଧ୍ୟ କୂଟନୈତିକ ସ୍ତରରେ ଚୀନ ଉପରେ ପ୍ରଭାବ ପକାଇ ଚାଲିଛି । ହଙ୍ଗକଙ୍ଗ୍ ଉପରେ ଚୀନ୍ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁ ଥିବା ବେଳେ ହଙ୍ଗକଙ୍ଗ୍କୁ ସମର୍ଥନ କରିଛି ଭାରତ । ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖାଯାଇଛି ।
ହଙ୍ଗକଙ୍ଗ୍କୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଭାରତ ସମର୍ଥନ କରିଛି । ଚୀନ୍ ହଙ୍ଗକଙ୍ଗ୍କୁ ନିଜ ରାଷ୍ଟ୍ର ଭାବେ କହୁଥିବା ବେଳେ ଏହାକୁ ଚୀନ୍ ରାଷ୍ଟ୍ରୀୟ ଦିବସରେ ହଙ୍ଗକଙ୍ଗ୍ବାସୀ ପ୍ରବଳ ବିରୋଧ କରିଛନ୍ତି । ଚୀନ୍ କବଳରୁ ହଙ୍ଗକଙ୍ଗ୍ଙ୍କୁ ମୁକ୍ତି ଦେବାସହ ତାଙ୍କୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଘୋଷଣା କରିବା ପାଇଁ ପ୍ରବଳ ଦାବି ହେଉଛି । ଚୀନ୍ର ପ୍ରଭାବକୁ ନଷ୍ଟ କରିବା ସହ ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଉଛି ।
Sidewalk march happening on Yee Wo St in Causeway Bay despite heavy police presence. #hongkongprotests pic.twitter.com/7Hpkf3YsEt
— Laurel Chor (@laurelchor) October 1, 2020
ଚୀନ୍ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଇଂଲଣ୍ଡ ହଙ୍ଗକଙ୍ଗ୍କୁ ଚୀନ୍କୁ ହସ୍ତାନ୍ତର କରିଛି । ମାତ୍ର ଏହାକୁ ହଙ୍ଗକଙ୍ଗ୍ବାସୀ ପ୍ରବଳ ବିରୋଧ କରିଛନ୍ତି । ଏବେ ଚୀନ୍ ରାଷ୍ଟ୍ରୀୟ ଦିବସ ରେ ହଙ୍ଗକଙ୍ଗ୍ରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଭାରତ ଚୀନ୍ର ଭୁଲ୍ ପଦକ୍ଷେପକୁ ବିରୋଧ କରୁଥିବାରୁ ସେ ଭାରତକୁ ସମର୍ଥନ କରିବା କଥା କହିଥିଲେ । ସେଠାରେ ଷ୍ଟାଣ୍ଡ ଓ୍ୱିଥ ଇଣ୍ଡିଆ ବୋଲି ନାରା ଦିଆଯାଉଥିବା ଦେଖାଯାଇଛି । ବିକ୍ଷୋଭକାରୀମାନଙ୍କୁ ଚୀନ୍ ଗିରଫ କରି ଜେଲ୍ ପଠାଉଥିବା ଦେଖାଯାଇଛି ।