Below header

ଆପଣ କେବେ ଚିନ୍ତା କରିଥିଲେ କି କରୋନାର ପ୍ରକୃତ ଅର୍ଥ, ତେବେ ଜାଣନ୍ତୁ ଅମିତାଭଙ୍କ ନାତୁଣୀ ଆରାଧ୍ୟା ଏବାବଦରେ କଣ କହୁଛନ୍ତି…

ଏକ ଜଣାଶୁଣା ଜାତୀୟ ନ୍ୟୁଜ ଚ୍ୟାନେଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ ବଲିଉଡ ବାଦଶାହ ଅମିତାଭ ବଚ୍ଚନ ।ଏହି କାର୍ଯ୍ୟକ୍ରମରେ କରୋନା ଭାଇରସ, ଠିକ ଭାବରେ ମାସ୍କ ପିନ୍ଧିବା , ସଠିକ ହାଥ ଧୁଆ ପରି ଘଟଣା ନେଇ ଆଲୋଚନା ଜାରି ରହିଥିଲା । ଏହି ସବୁକୁ ନେଇ ବିଗ ବି ଅମିତାଭ ବଚ୍ଚନ ନିଜର ଏକ ଅନୁଭୂତି ସମସ୍ତଙ୍କ ସହ ସେୟାର କରିଥିଲେ । ଏହି ଅନୁଭୁତିଟି ପ୍ରକୃତରେ ବିଗ ବିଙ୍କ ନାତୁଣୀ ଆରାଧ୍ୟାକୁ ନେଇ ଥିଲା । ଦିନେ ବିଗ ବି କୌନ ବନେଗା କାରୋଡ଼ ପତି ବା କେବିଶି ର ସୁଟିଙ୍ଗ କାର୍ଯ୍ୟରେ ବ୍ୟସ୍ତ ଥାନ୍ତି । ଏହି ସମୟରେ ତାଙ୍କ ନାତୁଣୀ ଆରାଧ୍ୟା ତାଙ୍କୁ କଲ କରି ନିଜ ଦାଦାଜିଙ୍କୁ କରୋନାର ପ୍ରକୃତ ଅର୍ଥ କ୍ୟୁଟ ଅନ୍ଦାଜରେ ବୁଝେଇ ଦେଇଥିଲେ । ଆରାଧ୍ୟା କ-ରୋ-ନାର ମାନେ ବୁଝାଇଥିଲା Dont ‘ do |

ନାତୁଣୀ ଠାରୁ କରୋନାର ଏମିତି ଅର୍ଥ ଶୁଣି ଏକବାର ହତବାକ ହୋଇଯାଇଥିଲେ ବିଗ- ବି । ମନେ ମାନେ ଭାବିଥିଲେ ସତରେ ତ କରୋନାର ଏମିତି ଅର୍ଥ ପୂର୍ବରୁ ହୁଏତ କେବେ କେହି ଚିନ୍ତା କରିନଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମୟରେ ବି ଅମିତାଭ ଏହି ସମାନ କଥାକୁ ଦୋହରାଇଥିଲେ ।  ଅମିତାଭଙ୍କ ଠାରୁ ଏହା ଶୁଣିବା ପରେ ଡଃ ପ୍ରଣୟ ରାୟ କହିଥିଲେକି – ନାତୁଣୀ ପୁରା ତା ଜେଜେ ମା’ ଜୟା ବଚ୍ଚନଙ୍କ ପରି ହୋଇଛି । ଏହା ଶୁଣି ଉପସ୍ଥିତ ଥିବା ସମସ୍ତ ଅତିଥି ମାନେ ଜୋର ଜୋରରେ ହସିବାକୁ ଲାଗିଲେ । ଏହି କାର୍ଯ୍ୟକ୍ରମରେ ଅମିତାଭଙ୍କ ସହିତ ବଲିଉଡ ଅଭିନେତ୍ରୀ ଭୂମି ପେଦ ନେକର ବି ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.