ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଘଟଣା, ରାତିରେ ହେଲେ ଗର୍ଭବତୀ, ସକାଳୁ ଜନ୍ମ ଦେଲେ ଶିଶୁ !

ଦୁନିଆରେ ଏମିତି ଅନେକ ଅଜବ ଘଟଣା ସାମ୍ନାକୁ ଆସିଥାଏ, ଯାହାକୁ ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଚକିତ କଲା ଭଳି ଘଟଣା କହିବାକୁ ଯାଉଛୁ। କଥାଟି ହେଲା, ଏଠାରେ ଜଣେ ଯୁବତୀ ରାତିରେ ଗର୍ଭବତୀ ହେଲେ ଏବଂ ପରଦିନ ସକାଳେ ଏକ ଶିଶୁକୁ ଜନ୍ମ ଦେଲେ। ଘଟଣାଟି ଘଟିଛି ବ୍ରିଟେନରେ।
ଖବରରୁ ଜଣାପଡିଛି, ୧୯ ବର୍ଷୀୟା ଜଣେ ଯୁବତୀ ଯେତେବେଳେ ସକାଳେ ଶୋଇକି ଉଠିଲେ ତ ତାଙ୍କ ବେବି ବମ୍ପ ବାହାରିଥିବା ଦେଖିବାକୁ ପାଇଲେ ଏବଂ ୪୫ ମିନିଟ ଭିତରେ ହିଁ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ପେଟ ବାହାରି ଆସିଥିବା ଦେଖିବା ପରେ ପ୍ରଥମେ ତାଙ୍କ ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ବାଟରେ ହିଁ ଏମିତି ଘଟଣା ଘଟିଥିଲା।
ଏହି ଘଟଣାକୁ ନେଇ ଡାକ୍ତରଙ୍କ କହିବା ହେଲା, ପୂର୍ବରୁ ବେବି ବମ୍ପ ଏଥିପାଇଁ ଆସି ନ ଥିଲା, କାରଣ ଶିଶୁଟି ଲୋୟର ବ୍ୟାକରେ ବଢ଼ୁଥିଲା। ଡାକ୍ତର ଏହାକୁ ଅତି ସାଧାରଣ ବୋଲି କହିଥିଲେ। ଏହି ଘଟଣା ପୂରାପୂରି ନର୍ମାଲ। ବର୍ତ୍ତମାନ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।