ମୟୂରଭଞ୍ଜ: ବ୍ଲକରୁ କେବଳ ୫ କି.ମି ଦୂର ଥିବା ଗାଁକୁ ନାହିଁ ସବୁଦିନିଆ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ

କରଞ୍ଜିଆ(କେନ୍ୟୁଜ୍): ସ୍ୱାଧୀନତାର ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏମିତି କିଛି ଅଞ୍ଚଳ ରହିଛି,ଯେଉଁ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ଅପହଞ୍ଚ । ସାମାନ୍ୟ ବର୍ଷାରେ ଲୋକେ କାଦୁଅ ପଚପଚରେ ବିପଦ ସଙ୍କୁଳ ଅବସ୍ଥାରେ ଗମନାଗମନ କରୁଥିବା ବେଳେ ଲଗାଣ ବର୍ଷାରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଉଛନ୍ତି । ମୟୁରଭଞ୍ଜ ଜିଲ୍ଲା ଜଶୀପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତ କାଶିପାଳ ଗାଁକୁ ଭଲ ରାସ୍ତା ନଥିବାରୁ ଗାଁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି।
ଆଜି ସେହି ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନପରିବାରୁ ଜଣେ ରୋଗୀକୁ ଗାଁ ଲୋକେ ୩ କି.ମି ଖଟିଆରେ ବୋହି ମେନ ରେଡ ପର୍ଯ୍ୟନ୍ତ ନେଇଯାଇଥିଲେ। ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲକୁ ନେଇଥିଲେ।
ତେବେ ବ୍ଲକରୁ କେବଳ ୫ କି.ମି ଦୂର ଥିବା ଏହି ଗାଁକୁ କେମିତି ପ୍ରଶାସନର ନଜର ପଡିପାରୁ ନାହିଁ ତାହା ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ।ଏପଟେ ଗାଁ ଲୋକେ ବହୁତ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନଥିବା ଅଭିଯୋଗ କରୁଛନ୍ତି ।ସେପଟେ ଗୋଷ୍ଠୀଉନ୍ନୟନ ଅଧିକାରୀ ଏହି ବିଷୟରେ ଫୋନ ଯୋଗେ ପ୍ରତିକ୍ରିୟା