Below header

ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତି ଟଙ୍କା ଆଦାୟ କରୁଛି ଆରଏମ୍‌ସି, ଏଭଳି ଅଭିଯୋଗ କରିଛନ୍ତି ଧାନ ବ୍ୟବସାୟୀ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲାରେ ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ । ଜିଲ୍ଲାର ଆରଏମସି ରାସ୍ତାରେ ଯାଉଥିବା ଧାନ ଗାଡିକୁ ଅଟକାଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଆରଏମସିକୁ କୌଣସି ପ୍ରକାର ଅର୍ଥ ଆଦାୟ ନକରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଯାଜପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ କରିଛନ୍ତି ଧାନ ବ୍ୟବସାୟୀ ।
ଏଭଳି ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗ କରି ଧାନ ବ୍ୟବସାୟୀ ସଂଘ ପକ୍ଷରୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ନିଜର ଆପତ୍ତି ଜଣାଇଛନ୍ତି । ଏପରି ବ୍ୟବସ୍ଥାକୁ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.