ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ତରଫରୁ କରଗଲା ସାହାଯ୍ୟ, ଦିଆଗଲା ମାତ୍ର ୧ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ଅଯୋଧ୍ୟା ରାମ ମନ୍ଦିର ପାଇଁ  ପ୍ରଥମ ଦାନ ମିଳିଛି। କେନ୍ଦ୍ର ସରକାର ତରଫରୁ ରାମ ମନ୍ଦିର ନିର୍ମାଣ ପାଇଁ ଦିଆଯାଇଛି ଏହି ଦାନ। ମନ୍ଦିର ଟ୍ରଷ୍ଟିକୁ ମିଲିଛି ଏହି ଅନୁଦାନ। ପ୍ରଥମ କରି ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଏହି ଦାନ ଦେଇଛନ୍ତି। କୁହାଯାଉଛି ଏହି ଏକ ଟଙ୍କା ଦେଇ ମନ୍ଦିର କାର୍ଯ୍ୟର ଶୁଭାରମ୍ଭ କରାଯିବା ପାଇଁ ସଂକେତ ଦିଆଯାଇଛି। କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରଣାଳୟର ଉପ ସଚିବ ଡି. ମୂର୍ମୁ ଏହି ଏକ ଟଙ୍କା ଦାନ କରିଛନ୍ତି। ଡି.ମୂର୍ମୁ କହିଛନ୍ତି ରାମ ମନ୍ଦିର ନିର୍ମାଣ ପାଇଁ ଯେ କେହିବି ଦାନ କରିପାରିବେ। ମନ୍ଦିରର ସ୍ଥାୟୀ ଟ୍ରଷ୍ଟ ନିର୍ମାଣ ହୋଇଯିବା ପରେ ଯେ କୌଣସି ବ୍ୟକ୍ତି ବିଶେଷ ସମସ୍ତେ ଦାନ କରିପାରିବେ। ଏମିତିକି ରିୟଲ ଇଷ୍ଟେଟ କମ୍ପାନୀ ଓ ମାଲିକମାନେ ମଧ୍ୟ ମନ୍ଦିର ପାଇଁ ସହାୟତା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.