ପୁରୀ : ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା

ପୁରୀ : ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ବା ଜଳକ୍ରୀଡ଼ା ଏକାଦଶୀ ଅବସରରେ ଆଜି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ରୋହିଣୀ କୁଣ୍ଡ ନିକଟରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା କରିଛନ୍ତି । ଏଥିସହ ପ୍ରତିଦିନ ଭୋଗମଣ୍ଡପ ଓ ସଂଧ୍ୟା ଧୂପ ପରେ ଦୁଇଥର ମହାପ୍ରଭୁଙ୍କ ଆଲଟ ଲାଗି ଓ ରାତିରେ ପଣାଭୋଗ କରାଯାଉଛି । ସାବିତ୍ରୀ ଅମବାସ୍ୟା ଦିନ ପୁନଃ ଭିତର ଚନ୍ଦନ ଯାତ୍ରା କ୍ରମରେ ଜଳକ୍ରୀଡ଼ା ଅନୁଷ୍ଠିତ ହେବ ।

Leave A Reply

Your email address will not be published.