Below header

ନିରକ୍ଷର ଡ୍ରାଇଭରଙ୍କ ପାଖରୁ ଫେରାଇ ନିଆଯିବ ଲାଇସେନ୍ସ : ରାଜସ୍ଥାନ ହାଇକୋର୍ଟ

ରାଜସ୍ଥାନ ହାଇକୋର୍ଟ ସରକାରଙ୍କୁ ଜଣାଇଛି ଯେ ନିରକ୍ଷର ଗାଡି ଚାଳକ ସଡକ ସୁରକ୍ଷା ପାଇଁ ବିପଦ ଅଟେ। ଏମାନଙ୍କର ଲାଇସେନ୍ସକୁ ଫେରାଇ ନିଆଯିବା ଦରକାର। ହାଇକୋର୍ଟ ଅନୁଯାୟୀ ଏହି ଚାଳକ ମାନେ ହାଇୱେ ଏବଂ ସଡକ ଉପରେ ଦିଆଯାଇଥିବା ସୂଚନା ଓ ସଂକେତକୁ ବୁଝିବାକୁ କଷ୍ଟ ହୋଇଥାଏ। ଏହି କାରଣରୁ ଅନ୍ୟ ଗାଡି ଚାଳକ କିମ୍ବା ଲୋକମାନଙ୍କୁ ବିପଦ ରହିଥାଏ। ଏମିତିରେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ଫେରାଇନେବା ଦରକାର।

ନ୍ୟାୟାଧିସ ସଞ୍ଜୀବ ପ୍ରକାଶ ଶର୍ମା ଏହି ଆଦେଶକୁ ଦିପକ ସିଂହଙ୍କର ପିଟିସନକୁ ଖାରଜ କରିଦେଇଛନ୍ତି। ପ୍ରାର୍ଥୀ ପିଟିସନରେ ୨୦୦୬ରେ ଏଲଏମବି ଶ୍ରେଣୀର ବାହନ ଲାଇସେନ୍ସ ଜାରି କରାଯାଇଥିଲା। ସେ ମାଲବାହୀ ଲାଇସେନ୍ସ ନେବା ପାଇଁ ବିଭାଗରେ ଆବେଦନ କରିଥିଲେ। କିନ୍ତୁ ବିଭାଗ ଅଷ୍ଟମ ଶ୍ରେଣୀ ପାସ ହେବାର ସର୍ତ୍ତ ରଖି ଲାଇସେନ୍ସ ଜାରୀ କରିବାକୁ ମନା କରିଦେଲେ। ପିଟିସନରେ ଗୁହାରି କରାଯାଇଥିଲା ଯେ ତାକୁ ମାଲବାହନ ଲାଇସେନ୍ସ ଜାରୀ କରାଯାଉ।

ଅଦାଲତ ସରକାରଙ୍କୁ କହିଲେ ସେ ଏହି ସମ୍ବଦ୍ଧରେ ପରିବହନ ଅଫିସରଙ୍କର ଦିଶା-ନିର୍ଦ୍ଦେଶ ଜାରୀ କରାଯାଉ ଏବଂ କାର‌୍ୟ୍ୟକାରୀ ମଧ୍ୟ କରାଯାଉ।

ଅଦାଲତ ଏହା ମଧ୍ୟ କହିଛି ଯେ ସରକାରଙ୍କୁ ଏମିତି ନୀତି ବନାଇବା ଉଚିତ ଯାହା ନା କେବଳ ଲାଇସେନ୍ସ ଧାରକ ବରଂ ସଡକ ଉପଯୋଗ କରୁଥିବା ଅନ୍ୟ ଲୋକଙ୍କ ପାଇଁ ଲାଭଦାୟକ ହେବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.