ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯବାନ୍, ସୁରକ୍ଷାବାହିନୀକୁ ଟାର୍ଗେଟ କରି ରାସ୍ତାରେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍‌

ମାଲକାନଗିରି : ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯବାନ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ପଣ୍ଡ ହେଲା ମାଓ ଯୋଜନା। ସୁରକ୍ଷାବାହିନୀକୁ ଟାର୍ଗେଟ କରି ରାସ୍ତାରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ।

ପୋଲିସ ସର୍ଚ୍ଚ ଅପରେସନ୍‌ ବେଳେ ଲ୍ୟାଣ୍ଡମାଇନ୍‌ ଠାବ କରି ନିଷ୍କ୍ରିୟ କରିଦେଇଥିଲେ ସୁରକ୍ଷାକର୍ମୀ। ବିସ୍ଫୋରଣ ହୋଇଥିଲେ ସୁରକ୍ଷାକର୍ମୀଙ୍କ ଗାଡି ୨୦ରୁ ୩୦ଫୁଟ ଉପରକୁ ଉଡାଇ କ୍ଷତି ପହଞ୍ଚାଇଥାନ୍ତେ ମାଓବାଦୀ। ଘଟଣାସ୍ଥଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.