Below header

ଘୁଞ୍ଚିଲା JEE ଓ NEET,ସେପଟେମ୍ବରରେ ହେବ ଉଭୟ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଘୁଞ୍ଚିଲା ଜେଇଇ ଓ ଏନଇଇଟି ପରୀକ୍ଷା । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟିରେ ରଖି ଏନଇଇଟି ଓ ଜେଇଇ ପରୀକ୍ଷା ସ୍ଥଗିତ କରାଗଲା ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ । ଆସନ୍ତା ସେପ୍‌ଟେମ୍ବର ୧ ରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍‌ ପରୀକ୍ଷା ଓ ସେପଟେମ୍ବର ୨୭ରେ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ହେବ । ସେହିପରି ଏନଇଇଟି ପରୀକ୍ଷା ସେପଟେମ୍ବର ୧୩ ତାରିଖରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ସ୍ଥିତି ସମୀକ୍ଷା କରି ନିଷ୍ପତ୍ତି ନେବେ ବୋଲି ଗତକାଲି ଟ୍ଵିଟ୍‌ କରି କହିଥିଲେ ରମେଶ ପୋଖରିଆଲ । NEET ପରୀକ୍ଷା ଚଳିତ ଜୁଲାଇ ୨୬ରେ ଏବଂ ଜୁଲାଇ ୧୮ ରୁ ୨୩ ପର୍ଯ୍ୟନ୍ତ ଜେଇଇ ମେନ୍‌ ପରୀକ୍ଷା ହେବ ବୋଲି ପୂର୍ବରୁ କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ଘୋଷଣା କରିଥିଲେ । ବୁଧବାର ତେଲେଙ୍ଗାନା ହାଇକୋର୍ଟ, ରାଜ୍ୟରେ ସିଇଟି ଉପରେ ରୋକ୍‌ ଲଗାଇବା ପରେ NEET ଓ ଜେଇଇ ପରୀକ୍ଷାକୁ ନେଇ କୌତୁହଳ ବଢିଥିଲା । ବହୁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ହେବା ବିପକ୍ଷରେ ମତ ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.