Below header

ଏମିତି ଏକ ପୋଲିସ ଥାନା ଯେଉଁଠାକୁ ଥରେ ନୁହେଁ ବାରମ୍ବାର ଆସିବାକୁ ଇଚ୍ଛା କରିବେ ଲୋକେ !

ଥାନା ତ ନୁହେଁ ପଯ୍ୟର୍ଟନସ୍ଥଳ କହିଲେ ଭୁଲ ହେବନି। ଭଲକି ଦେଖନ୍ତୁ ଏ ଥାନାକୁ। ଇଏ କୌଣସି ପାର୍କ କିମ୍ବା କାହାର ବଗିଚା ନୁହେଁ। କିଏ ଦେଖିଲେ କହିବ ଏ ଦୃଶ୍ୟ ଏକ ଥାନା ପରିସସରର ହେଇଥିବ ବୋଲି। ଆଜ୍ଞା ହଁ ଏହି ମନୋରମ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନାର। ସାଧାରଣତଃ ଥାନା ନାଁ ଧରିଲେ ଲୋକଙ୍କ ମନରେ ମାମୁଁ ଘର କଥା ମନେ ପଡିଯାଏ। ଆଉ ଲୋକଙ୍କ ମନରେ ଏକ କୋକୁଆ ଭୟ ସୃଷ୍ଟି ହୁଏ। କିନ୍ତୁ ଏହି ଥାନା ପରିସର ଏକଦମ୍‌ ଅଲଗା। ଭୟ କରିବା ତ ଦୂରର କଥା ଆପଣମାନେ ଏଠାରେ ଶାନ୍ତି ପାଇବା ସହିତ ଖୁସି ଅନୁଭବ କରିବେ।

marshaghaiଏହି ଥାନାରେ ଭଳିକି ଭଳି ଫୁଲ ସାଙ୍ଗକୁ ମନୋଲୋଭା ଗଛ ଏବଂ ଔଷଧୀୟ ବୃକ୍ଷ ଦେଖିବାକୁ ମିଳିଥାଏ। ଥାନା ବଗିଚାରେ ଏମିତି ମନଲୋଭା ଭଳିକି ଭଳି ଫୁଲ ଫଳର ସମ୍ଭାର ଯିଏ ଦେଖେ ସିଏ ଘଡିଏ ଅଟକି ଯାଆନ୍ତି। ଖାସ୍‌ କରି ଏଠାରେ ସବୁଦିନ ସକାଳ ସମୟରେ ଏବଂ ଖବର କାଗଜ ପଢ଼ିବା ପାଇଁ ଲୋକଙ୍କ ଭିଡ ଲାଗେ। କିଏ ସାଙ୍ଗସାଥୀଙ୍କ ସହିତ ତ ଆଉ କିଏ ପରିବାର ସହ ଆସି ସମୟ ବିତାଉଛନ୍ତି।

marshghaiଏଠାରେ ରହିଛି ବିଶେଷ ଆକର୍ଷଣର କୁତ୍ରିମ ମାଛପୋଖରି ଏଥିରେ ଅଛନ୍ତି ଭଳିକି ଭଳି ରଙ୍ଗୀନ ମାଛ। ଯାହାକୁ ଦେଖିବା ପାଇଁ ଅଟକିଯିବାକୁ ବାଧ୍ୟ ହୁଅନ୍ତି ଲୋକେ।ବିଭିନ୍ନ କିସମର ଫୁଲ ଫଳ ବଗିଚା,ବହୁ ଔଷଧୀୟ ବୃକ୍ଷ,ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୃତି,ଦ୍ୱାରା ଅହିଂସା ବାର୍ତା ରେ ଅନୁପ୍ରାଣିତ ହେବା ସହ ପ୍ରଭୁ ବୁଦ୍ଧଙ୍କ ମୃତ୍ତି ସୂଚାଇ ଦେଉଛି କାମନାର ଵିନସରେ ଦୁଃଖ ର ବିନାଶ।ପୁଣି ଅଶୋକ ସ୍ତମ୍ଭ ସାଙ୍ଗକୁ ଥାନା କାନ୍ଥରେ ଲେଖା ନୀତିବାଣୀ ମନୁଷ୍ୟର ମନକୁ ପରିବର୍ତ୍ତନ କରିବା ସହିତ ସତ୍ୟ ପଥରେ ଚଳିବା ପାଇଁ ଆହ୍ବାନ ଦେଉଛି।

marshghaiତେବେ ଆଖିଲାଖିଗଲା ଭଳି ଥାନା ପରିସରକୁ ଏମିତି ସୁସଜ୍ଜିତ କରିଛନ୍ତିଥାନା ଅଧିକାରୀ କାଳନ୍ଦୀ ବେହେରା।ଥାନା କାମରୁ ଟିକେ ଫୁରସତ ମିଳିଲେ ବଗିଚା କାମରେ ଲାଗି ପଡନ୍ତି। କେବଳ ସେ ନୁହଁନ୍ତି ଅନ୍ୟ କର୍ମଚାରୀ ମଧ୍ୟ ଗଛ ଗୁଡିକର ଯତ୍ନ ନିଅନ୍ତି। ଫୁଲ ବଗିଚା ପରି ନିଜ ଅଞ୍ଚଳକୁ ସୁନ୍ଦର କରିବା ପାଇଁ ସେ ସବୁବେଳେ ତତ୍ପର। ତେବେ ଥାନା ଅଧିକାରୀ କାଳନ୍ଦୀ ବେହେରା ଆସିବା ପରେ ନିଜ ଅଞ୍ଚଳରେ ଅପରାଧ କମିଥିବା ଲୋକେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.