ପୁରୀରେ ସମ୍ପନ୍ନ ମହାପ୍ରଭୁଙ୍କ ଅଧରପଣା ନୀତି, ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ରଥ ଉପରେ ଢଳାଗଲା ପଣା

ପୁରୀ(କେନ୍ୟୁଜ୍): ପୁରୀରେ ସମ୍ପର୍ଣ୍ଣ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି । ଶ୍ରୀବିଗ୍ରହଙ୍କ ଆଗରେ ଅଧର ଉଚ୍ଚର ପଣା ହାଣ୍ଡି ପ୍ରସ୍ତୁତ ହୋଇ ରହିଥିଲା। ୩ ରଥରେ ୯ଟି ମାଟିପାତ୍ରରେ ପଣା ପ୍ରସ୍ତୁତ ହୋଇଥିଲା। ତିନିରଥରେ ପୂଜାର୍ଚ୍ଚନା ପରେ ଭଙ୍ଗାଯାଇଥିଲା ହାଣ୍ଡି। ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ଆରମ୍ଭ ହୋଇଥିଲା।

ମହାପ୍ରଭୁଙ୍କୁ ପଣା ଲାଗି ହେବା ପରେ ଏହାକୁ ରଥ ଉପରେ ଢାଳିବା ପରଂପରା ରହିଛି । ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧରପଣା ଢଳାଯାଇଥାଏ ବୋଲି ବିଶ୍ୱାସ ରହିଛି । ଆସନ୍ତାକାଲି ମହାବାହୁଙ୍କ ନିଳାଦ୍ରୀବିଜେ । ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂତ୍ତି । ଗତକାଲି ତିନି ଠାକୁର ଦୁର୍ଲଭ ସୁନାବେଶରେ ଦର୍ଶନ ଦେଇଥିଲେ । ମହଣ ମହଣ ସ୍ୱର୍ଣ୍ଣ ଓ ମୋତି, ମାଣିକ୍ୟ ଖଚିତ ଅଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇ ଦର୍ଶନ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.