Below header

କରଞ୍ଜିଆ ଓ ରାଇରଙ୍ଗପୁର ଝାଡ଼ଖଣ୍ଡୀ ହାତୀ ପଲଙ୍କ  ଉତ୍ପାତ,ଫସଲ ଉଜାଡ଼ିବା ସହ ଭାଙ୍ଗିଛନ୍ତି ଦୁଇଟି ଘର

କରଞ୍ଜିଆ,ରାଇରଙ୍ଗପୁର(କେନ୍ୟୁଜ୍):  କରଞ୍ଜିଆ ବନଖଣ୍ଡକୁ ପୁଣି ବାହାଡ଼ିଲେ ହାତୀପଲ । ହାତୀପଲରେ ଅଛିନ୍ତି ୨୪ଟି ହାତୀ । ତିନି ଭାଗରେ ଭାଗ ହେଇ ପୃଥକ ପୃଥକ ଭାବରେ ହାତୀପଲ ବୁଲୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଶୁକୃଳି ବ୍ଲକର ଅର୍ଜ୍ଜୁନବିଳା ଗାଁର ୨ ଟି ଘର ଭାଙ୍ଗି ବା ସହିତ ଅନ୍ୟ ସାମଗ୍ରୀ ନଷ୍ଟ କରିଥିବାର ସୂଚନା ଦେଇଛନ୍ତି କରଞ୍ଜିଆ ରେଞ୍ଜ ଅଫିସର ।

ସେହିପରି  ରାଇରଙ୍ଗପୁର ବନଖଣ୍ଡ ମଣଦା ଓ ବିଶୋଇ ରେଞ୍ଜରେ ୪୦ ଟିକିଆ ଝାଡ଼ଖଣ୍ଡୀ ହାତୀ ପଲ  ଉତ୍ପାତ କରିଛନ୍ତି। ଫସଲ ଖାଇବା ସହ ଏକର ଏକର ଚାଷ ଜମିକୁ କରିଛନ୍ତି ନଷ୍ଟ। ବନ ବିଭାଗର ୩ଟି ଟିମ ହାତୀଙ୍କୁ ଝାଡଖଣ୍ଡକୁ ଘଉଡାଇବା   ପ୍ରଚେଷ୍ଟା ଜାରି ରଖିଛନ୍ତି। ଝରଗାଡି ଜଙ୍ଗଲରେ ହାତୀ ପଲ ରହିଥିବା ବନ ବିଭାଗ ଏସିଏଫ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.