ଋଷଭଙ୍କ ଧୂଆଁଧାର ବ୍ଯାଟିଂ, ୪୭୨ ରନରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ

ଟେଷ୍ଟ ସିରିଜ ପୂର୍ବରୁ ସିଡନୀରେ ଭାରତ-ଏ ଓ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦ୍ବିତୀୟ ଅଭ୍ୟାସ୍ ମ୍ୟାଚ୍ ଖେଳା ଯାଉଛି। ଅଭ୍ୟାସ୍ ମ୍ୟାଚର ଦ୍ବିତୀୟ ଦିନରେ ଋଷଭ ଧୂଆଁଧାର ଶତକୀୟ ଇନିଂସ ଖେଳିଥିବା ବେଳେ ହନୁମା ବିହାରୀ ଦମଦାର ଶତକ ମାରିଛନ୍ତି। ଶନିବାର ଭାରତ-ଏ ୪ ଓ୍ବିକେଟ ହରାଇ ୩୮୬ ରନ୍ କରିଛି। ଏଥିସହିତ ୪୭୨ ରନ୍ ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ।

ସୂଚନାଥାଉକି, ପ୍ରଥମ ଦିନରେ ଅଷ୍ଟ୍ରେଲିଆ-ଏ ର ବୋଲିଂ ଆଗରେ ଭାରତ-ଏ ୧୯୪ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଅପରପକ୍ଷେ ଟିମ୍ ଇଣ୍ଡିଆର ବୋଲରଙ୍କ ସାମ୍ନା ନକରି ପାରି ୧୦୮ ରନରେ ଅଲଆଉଟ ହୋଇ ଯାଇଥିଲା ଅଷ୍ଟ୍ରେଲିଆ-ଏ। ଦ୍ବିତୀୟ ଦିନର ଖେଳ ଶେଷ ହେବା ବେଳକୁ ଋଷଭ ତାଙ୍କ ଶତକ ପୂରଣ କରିବା ପାଇଁ ମାତ୍ର ୧୯ର ଆବଶ୍ୟକତା ଥିଲା। ହେଲେ ଦ୍ବିତୀୟ ଦିନର ଶେଷ ଓଭରରେ ସେ ଧୂଆଁଧାର ୨୨ ରନ୍ କରି ନିଜ ଶତକ ପୂରଣ କରିଛନ୍ତି। ସେ ଶେଷ ଓଭରରେ ୪, ୪, ୬, ୪, ୪ ମାରି ନିଜ ଶତକ ପୂରଣ କରିଛନ୍ତି।

ସୂଚନା ଥାଉକି, ଟେଷ୍ଟ ସିରିଜ ପୂର୍ବରୁ ଏହି ଅଭ୍ୟାସ୍ ମ୍ୟାଚ୍ ବହୁ ଗୁରୁତ୍ବପୁର୍ଣ୍ଣ। ଡିସେମ୍ବର ୧୭ ତାରିଖରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆଡିଲେଡରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.