Below header

ଯୋରନ୍ଦା ମାଘ ମେଳା ଆରମ୍ଭ, ସନ୍ଧ୍ୟାରେ ପ୍ରଜ୍ଜ୍ୱଳିତ ହେଲା ଝାଡ଼ଦୀପ

ଢେଙ୍କାନାଳ : ଆରମ୍ଭ ହେଲା ଢେଙ୍କାନାଳ ଯୋରନ୍ଦା ମାଘ ମେଳା । ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମୁଖ୍ୟ ଗାଦି ମନ୍ଦିରରେ ସନ୍ଧ୍ୟାରେ ଝାଡ଼ଦୀପ ପ୍ରଜ୍ଜ୍ୱଳିତ ହୋଇଛି। ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ଓ ମଠ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗାଡ଼ି ମୋଟର ଚଳାଚଳ ପାଇଁ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା ବେଳେ ,ପାନୀୟ ଜଳ ଯୋଗାଇ ଦିଆଯାଉଛି। ଶାନ୍ତି ଶୃଙ୍ଖଳାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ୭ପ୍ଲାଟୁନ୍‌ ଫୋର୍ସ ସହ ଆଡିସନାଲ୍‌ ଏସ୍‌ପି, ୩ଜଣ ଡିଏସ୍‌ପି, ୫୦ଜଣ ଏଏସ୍‌ଆଇ, ୩୦ଜଣ କନେଷ୍ଟବଳ ଓ ୮୦ ହୋମଗାର୍ଡ ମୁତୟନ ହୋଇଛନ୍ତି। ତିନି ଦିନ ଧରି ମାଘ ମେଳା ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.