କୁଳଭୂଷଣ ଯାଦବ ମାମଲା : ଆଜିଠାରୁ ହଗ୍‌ ଆନ୍ତର୍ଜାତିକ ନ୍ୟାୟିକ ଅଦାଲତରେ ସାର୍ବଜନୀନ ଶୁଣାଣି

କୁଳଭୂଷଣ ଯାଦବ ମାମଲାରେ ଆଜିଠାରୁ ହଗ୍‌ ଆନ୍ତର୍ଜାତିକ ନ୍ୟାୟିକ ଅଦାଲତରେ ସାର୍ବଜନୀନ ଶୁଣାଣି ଆରମ୍ଭ ହୋଇଛି। ୪ ଦିନିଆ ଶୁଣାଣିର ପ୍ରଥମ ଦିନରେ ଭାରତ ନିଜ ପକ୍ଷ ରଖିଥିଲା। ଭାରତର ପକ୍ଷ ରଖିଥିଲେ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ। ପାକିସ୍ତାନ ସୈନ୍ୟ ଅଦାଲତରେ ଯାଦବଙ୍କ ମାମଲାର ଶୁଣାଣି ପ୍ରକ୍ରିୟା ଠିକ୍‌ରେ ହୋଇ ନାହିଁ। ତେଣୁ ତାକୁ ରଦ୍ଦ କରାଯାଉ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଯାଦବଙ୍କୁ କନ୍‌ସୁଲାର ଆସେସ ଦିଆଯାଇ ନଥିଲା। ଯାହା ଭିଏନ କନ୍‌ଭେନ୍‌ସନର ଉଲ୍ଲଂଘନ। ଯାଦବଙ୍କ ବିରୋଧରେ କଣ ନିର୍ଦ୍ଦିଷ୍ଟ ଅପରାଧ ରହିଛି? ତାଙ୍କ ବିରୋଧରେ କଣ ଯାଞ୍ଚ ହେଲା? ତାହା ପାକିସ୍ତାନ କହୁ ନାହିଁ।

ଏହାସହ ଯାଦବଙ୍କୁ ନିଜ ପକ୍ଷ ରଖିବାକୁ ଓକିଲ ମଧ୍ୟ ଦିଆଯାଇ ନଥିଲା। ଏ ସବୁ ସତ୍ୱେ ତାଙ୍କୁ ଦଣ୍ଡିତ କରିବା ନ୍ୟାୟ ସଂଗତ ନୁହଁ ବୋଲି ଭାରତ କହିଛି। ୨୦୧୭ ଏପ୍ରିଲରେ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ସାମରିକ କୋର୍ଟ ମୃତ୍ୟୁ ଦଣ୍ଡ ଦେଥିଲା। ସେହି ବର୍ଷ ମେ ମାସରେ ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସି ICJରେ ଆବେଦନ କରିଥିଲେ ଭାରତ। କୋର୍ଟ ନିର୍ଦ୍ଦେଶ ଦେଇଥିଲେ, ମାମାଲ ବିଚାର ନ ସରିବା ଯାଏ ଯାଦବଙ୍କୁ ଦଣ୍ଡିତ କରାଯାଇ ପାରିବ ନାହିଁ ।

Leave A Reply

Your email address will not be published.