ନବୀନ ନିବାସ ନିକଟରେ ବୁଲୁଛି କଲରାପତରିଆ , ସିସିଟିଭିରେ କଏଦ୍ ହେଲା ଭିଜୁଆଲ୍

ଭୁବନେଶ୍ବର : ରାଜଧାନୀରେ ବାଘ । ଭୁବନେଶ୍ୱରରେ କଲରାପତରିଆ ବାଘ ନେଇ ଆତଙ୍କ। ସିସିଟିଭିରେ କଏଦ୍ ହୋଇଛି ରାସ୍ତାରେ ବୁଲୁଥିବାର ଭିଜୁଆଲ୍ । ପାଚେରୀ ଡେଇଁ ଗେଟ୍‌ ଆଗରେ ଚକ୍କର କାଟୁଛି। ଘର ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ସେହି ଦୃଶ୍ୟ । ଭୁବନେଶ୍ୱର ପଳାଶପଲ୍ଲୀ ଏରିଆରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। ଭୁବନେଶ୍ୱର ଏୟାରପୋର୍ଟ ପାଚେରୀକୁ ଲାଗି ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରତା ଭିତରେ ଦେଖାଯାଇଛି କଲରାପତରିଆ ବାଘ। ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ କେଉଁଠୁ ଆସିଲା ବାଘ? ଜନଗହଳିପୂର୍ଣ୍ଣ ରାଜଧାନୀର ପଳାଶପଲ୍ଲୀ ଅଞ୍ଚଳକୁ କେମିତି ଆସିଲା?

Leave A Reply

Your email address will not be published.