୨୦ ବର୍ଷ ତଳେ ଭାରତର ବୈଦେଶିକ ମନ୍ତ୍ରୀ ନିଜ ସାଙ୍ଗରେ ନେଇ ଛାଡ଼ି ଆସିଥିଲେ ମସୁଦ ଆଝାରକୁ, ଜାଣନ୍ତୁ ସେଇ କାହାଣୀ

ମସୁଦ ଆଝାର । ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ । ଯାହାକୁ ଗିରଫ କରି ଜେଲ୍‌ରେ ରଖିବା ପରେ ୧୯୯୯ରେ ଭାରତ ସରକାର ଛାଡ଼ି ଦେଇଥିଲେ । ସେହି ଆଝାର ଆଜି ଭାରତକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଇ ଚାଲିଛି । ଆଉ ଏବେ ପାକିସ୍ତାନ ତାକୁ ଶରଣ ଦେଇଛି ।

HIJACK-1

୧୯୯୯ ମସିହା ଡିସେମ୍ବର ୨୪ ତାରିଖ ଶୁକ୍ରବାର । ଇଣ୍ଡିଆନ୍‌ ଏୟାରଲାଇନ୍ସ ଫ୍ଲାଇଟ୍‌-୮୧୪ । ସେ ଦିନ ଅପରାହ୍ନ ୫ଟାରେ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଅଭିମୁଖେ ଯାତ୍ରା କଲା । ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ । ତେବେ ବିମାନଟି ଭାରତ ସୀମା ଭିତରେ ପ୍ରବେଶ କରିବା ମାତ୍ରେ ଅପହରଣକାରୀମାନେ ତାଙ୍କ କାମ ଆରମ୍ଭ କରି ଦେଇଥିଲେ । ବନ୍ଧୁକ ଦେଖାଇ ବିମାନକୁ ପାକିସ୍ତାନ ନେବାକୁ ଧମକ ଦେଇଥିଲେ । ସନ୍ଧ୍ୟା ୬ଟାରେ ବିମାନଟି କିଛି ସମୟ ପାଇଁ ଅମୃତସରରେ ଅବତରଣ କରି ଲାହୋର ଅଭିମୁଖେ ଯାତ୍ରା କଲା । ଲାହୋରରୁ ଦୁବାଇ ବାଟ ଦେଇ ତା ପରଦିନ ଆଫଗାନିସ୍ତାନର କାନ୍ଦାହାରରେ ପହଞ୍ଚିଥିଲା ।

HIJACK-MAP

ସେତେବେଳେ ଆଫଗାନିସ୍ତାନରେ ଥିଲା ତାଲିବାନର ରାଜ୍‌ । ଅପହରଣକାରୀମାନେ ଭାରତରେ ବନ୍ଦୀ ଥିବା ୩୬ ଜଣ ଆତଙ୍କବାଦୀଙ୍କୁ ଖଲାସ କରିବା ସହ ୨୦ କୋଟି ଆମେରିକୀୟ ଡଲାର ଦେବାକୁ ଦାବି ରଖିଥିଲେ । ତେବେ ଦୁବାଇରେ ପହଞ୍ଚିବା ପରେ ସେଠାରେ ଭାରତ ସରକାରଙ୍କ ସହ ଆଲୋଚନା ହୋଇଥିଲା । ବୁଝାମଣା ପରେ ସେଠାରେ ୨୭ ଜଣ ଯାତ୍ରୀଙ୍କୁ ଛଡ଼ା ଯାଇଥିଲା । ଅବଶ୍ୟ ଅପହରଣର କେଇ ଘଣ୍ଟା ଭିତରେ ଆତଙ୍କବାଦୀମାନେ ରୂପନ କାତ୍ୟାଲ ନାମକ ଜଣେ ୨୫ ବର୍ଷ ବୟସ୍କ ଯାତ୍ରୀକୁ ଛୁରୀ ଭୁସି ହତ୍ୟା କରିଥିଲେ । ଏହା ଥିଲା ଯାତ୍ରୀଙ୍କୁ ଡରାଇବା ସହ ଭାରତକୁ ଚେତାବନୀ ଦେବାର ଏକ ଆଳ ।
ଏପଟେ ଅପହୃତଙ୍କୁ ଖଲାସ କରିବା ଲାଗି ତତ୍କାଳୀନ ବାଜପେୟୀ ସରକାର ଉପରେ ପ୍ରବଳ ଚାପ ଥିଲା । ପୁଣି ଏହାକୁ ନେଇ ଭାରତରେ ଚାଲିଥିବା ବିକ୍ଷୋଭ ଆନ୍ଦୋଳନ । ତେବେ ଏସବୁ ଭିତରେ ତାଲିବାନ ସାଜିଲେ ମଧ୍ୟସ୍ଥି । ଭାରତ ସରକାରଙ୍କୁ ଆତଙ୍କବାଦୀଙ୍କ ସର୍ତ୍ତରେ ରାଜି ହେବାକୁ ପରାମର୍ଶ ଦେବା ସହ ଅପହରଣକାରୀଙ୍କୁ ମଧ୍ୟ ଚେତାବନୀ ଦେଲେ । ଯେମିତି କାନ୍ଦାହାରରେ କୌଣସି ରକ୍ତପାତ ନହୁଏ । ନଚେତ ସେମାନେ ବିମାନ ଉପରେ ଆକ୍ରମଣ କରିବେ ।

HIJACK-3
ପ୍ରାୟ ୮ ଦିନ ଧରି ଚାଲିଲା ଅପହରଣ ଘଟଣାର ବାସ୍ତବ ଡ୍ରାମା । ଡିସେମ୍ବର ୩୧ରେ ଭାରତ ସରକାର ଆତଙ୍କବାଦୀଙ୍କ ସହ ବୁଝାମଣାରେ ରାଜି ହେଲେ । ଭାରତୀୟ ଜେଲ୍‌ରେ ବନ୍ଦୀ ଥିବା କିଛି ଆତଙ୍କବାଦୀଙ୍କୁ ଖଲାସ କରିବାକୁ ପ୍ରତିଶ୍ରୁତି ଦେଲେ । ଏମାନଙ୍କ ମଧ୍ୟରୁ ତିନିଜଣ ପ୍ରମୁଖ ଆତଙ୍କବାଦୀ ଜୈସ-ଇ-ମହମ୍ମଦର ମୁଖ୍ୟ ମସୁଦ ଆଝାର, ଅହମ୍ମଦ ଜରଗର ଏବଂ ସେଖ ଅହମଦ ଉମର ସଇଦ ଥିଲେ । MASOOD-2

ଏହି ତିନିଜଣଙ୍କୁ ସେତେବେଳର ବୈଦେଶିକ ମନ୍ତ୍ରୀ ଯଶବନ୍ତ ସିଂହ ଖୋଦ୍‌ ନିଜ ସହିତ ଧରି କାନ୍ଦାହାର ଯାଇଥିଲେ । ସେଠାରେ ସେମାନଙ୍କୁ ଛାଡ଼ିବା ପରେ ବିମାନ ଅପହରଣକାରୀମାନେ ବାକି ସମସ୍ତ ଯାତ୍ରୀଙ୍କୁ ଡିସେମ୍ବର ୩୧ ସନ୍ଧ୍ୟାରେ ଛାଡ଼ି ଦେଇଥିଲେ । ଯାତ୍ରୀ ସବୁ ଓହ୍ଲାଇଯିବା ପରେ ଅପହରଣକାରୀମାନେ ସେମାନଙ୍କ ପାଇଁ ରଖା ଯାଇଥିବା ଏକ ଗାଡ଼ିରେ ବସି ଚାଲି ଯାଇଥିଲେ ।

ଏଇଠି ଅପହରଣ ନାଟକର ସିନା ଅନ୍ତ ଘଟିଥିଲା । ହେଲେ ସେଇଠୁ ଆରମ୍ଭ ହୋଇଥିଲା ମସୁଦ ଆଝାରର ଭାରତ ବିରୋଧୀ ଅଭିଯାନ । ଜମ୍ମୁ କଶ୍ମୀର ବିଧାନସଭା ଉପରେ ଆକ୍ରମଣ, ପାର୍ଲିଆମେଣ୍ଟ ଉପରେ ଆକ୍ରମଣ ଏବଂ ପଠାନ୍‌କୋଟ୍‌ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ମସୁଦ । ୧୯୯୪ ଫେବ୍ରୁଆରୀ ୧୧ ତାରିଖରେ ସେ ଶ୍ରୀନଗର ଆସିଥିବା ବେଳେ ତାକୁ ଅନନ୍ତନାଗରୁ ଗିରଫ କରାଯାଇଥିଲା । ତେବେ କାନ୍ଦାହାର ବିମାନ ଅପହରଣ ଘଟଣାରେ ଖସି ଯାଇଥିଲା । ଗିରଫ ହେବା ବେଳେ ମସୁଦ କହିଥିଲା, ତୁମେ ସବୁ ଜାଣି ନାହଁ ମୁଁ ପାକିସ୍ତାନ ଏବଂ ଆଇଏସ୍‌ଆଇ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ତୁମେ ସବୁ ମୋତେ ବେଶି ଦିନ ଗିରଫ କରି ରଖି ପାରିବ ନାହିଁ । ତାହାହିଁ ହେଲା । ତେବେ ସମ୍ପୂର୍ଣ୍ଣ ବିମାନ ଅପହରଣ ଘଟଣା ଆଇଏସ୍‌ଆଇର ଯୋଜନା ଥିଲା ବୋଲି କୁହାଯାଏ ।

ମସୁଦ ସେନା ଦ୍ୱାରା ଗିରଫ ହେବା ପରେ ଜଣେ ଯବାନ୍‌ ତାକୁ ଏକ ଶକ୍ତ ଚାପୁଡ଼ା ମାରିଥିଲା । ସେତେବେଳେ ମସୁଦ କହିଥିଲା । ମୋ ଜୀବନରେ ମୁଁ କେବେ ମୋ ବାପାଙ୍କ ଠାରୁ ବି ମାଡ଼ ଖାଇନାହିଁ । ହେଲେ ଜଣେ ଭାରତୀୟ ଯବାନ ମୋ ଉପରକୁ ହାତ ଉଠାଇଲା । ତେେ ସେହି ଗୋଟିଏ ଚାପୁଡ଼ା ପରେ ଜେରାରେ ମସୁଦ ସବୁ କହି ପକାଇଥିଲା । ହେଲେ ଏଇ ଚାପୁଡ଼ାର ପ୍ରତିଶୋଧ ନେଇ ଚାଲିଛି ମସୁଦ ଆଝାର । ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ତାଲିକାରେ ମସୁଦ ଆଝର ପ୍ରଥମରେ ରହିଛି । ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ତାଲିକାରେ ମସୁଦ ଆଝର ପ୍ରଥମରେ ରହିଛି ।

 

Leave A Reply

Your email address will not be published.