Below header

ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଯୋଡି ବିବାହ ପୂର୍ବରୁ କରିଥିଲେ ନିଆରା ଶୋଭାଯାତ୍ରା

ଜମ୍ମୁ-କାଶ୍ମୀରର ପୁଲୱାମାରେ ୧୪ ଫେବୃଆରୀରେ ହୋଇଥିବା ଆତଙ୍କୀ ହମଲାରେ ପୂରା ଦେଶ ଦୁଃଖରେ ଭାଙ୍ଗି ପଡିଛି। ଦେଶ ସାରା ଲୋକ ସହିଦ ଯବାନଙ୍କ ପାଇଁ ନିଜ ନିଜ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। କିଏ କ୍ୟାଣ୍ଡେଲ ମାର୍ଚ ଜରିଆରେ ତ ଆଉ କିଏ ତ୍ରିରଙ୍ଗା ଉଡାଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହି ସମୟରେ ଗୁଜୁରାଟର ଏକ ନବ ଦମ୍ପତି ନିଆରା ଭାବରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

coupleବଡୋଦରାରେ ରହୁଥିବା ଏହି ନବ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ସହିଦ ଯବାନଙ୍କ ପାଇଁ ଏକ ଶୋଭାଯାତ୍ରା ବାହାର କରି ନିଜ ଉପାୟ ଦ୍ବାରା ଶୋଭାଯାତ୍ରା ବାହାର କରିଥିଲେ। ଦମ୍ପତିଙ୍କ ଦ୍ବାରା ହୋଇଥିବା ଏହି ଶୋଭାଯାତ୍ରାକୁ ଲୋକମାନେ ମଧ୍ୟ ବହୁତ ସମର୍ଥନ କରୁଥିଲେ।

ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକ ସହିଦଙ୍କ ସମ୍ମାନ ପାଇଁ ତ୍ରିରଙ୍ଗା ପତାକା ଉଡାଇଲେ ଏବଂ ତାଙ୍କ ନାମରେ ଅମର ରହେ ନାରା ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.