ପୁଲୱାମା ସହିଦଙ୍କ ପାଇଁ ସହାୟତା ରାଶି ଦେବା ଆଗରୁ ସାବଧାନ, ବ୍ୟାପୁଛି ମିଥ୍ୟା ଲିଙ୍କ

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶ ସ୍ତବ୍ଧ। ଆକ୍ରମଣକୁ ନେଇ ସାରା ଦେଶରେ ଏକ ସମ୍ବେଦନଶୀଳ ସ୍ଥିତି । ୪୦ଜଣ ଯବାନଙ୍କ ସହିଦ ହେବା ପରେ ଦେଶରେ କ୍ଷୋଭ ଓ କ୍ରୋଧର ବାତାବରଣ ରହିଛି। ଏବେ ସାରାଦେଶ ହୋଇଛି ଏକଜୁଟ୍ । ସହିଦଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ବର୍ଗରୁ ସହାୟତାର ହାତ ବଢ଼ୁଛି। ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା ନେଇ କିଛି ଭିଡିଓ ଏବଂ ଲିଙ୍କ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହା ବାସ୍ତବରେ ଫେକ୍ ବୋଲି କିଛି ଲୋକ ପୋଷ୍ଟ କରି ସୂଚନା ଦେଇଛନ୍ତି।

attack

ସହିଦଙ୍କ ପରିବାରକୁ ଆର୍ଥିକ ସହାୟତାର କିଛି ମେସେଜର ସ୍କ୍ରିନସଟ ନେଇ ଜଣେ ବ୍ୟକ୍ତି ଟ୍ବିଟରରେ ପୋଷ୍ଟ କରିଛନ୍ତି। ଏଥିରେ ଅଭିନେତା ଅକ୍ଷୟ କୁମାରଙ୍କ ନାମ ବ୍ୟବହାର କରି ମିଛରେ ସହିଦଙ୍କ ପରିବାର ପାଇଁ ଟଙ୍କା ମାଗୁଥିବା ଜଣାପଡିଛି। ଏହାକୁ ଟ୍ବିଟ କରିଥିବା ବ୍ୟକ୍ତିଜଣଙ୍କ ପିଏମଓଙ୍କୁ ଟ୍ୟାଗ କରି ମେସେଜର ସତ୍ୟତା ଜାଣିବାକୁ ଅନୁରୋଧ କରିଛନ୍ତି।


ଯାହାପରେ ପିଏମଓ ଟ୍ବିଟ ତରଫରୁ ଏହା ଏକ ମିଥ୍ୟା ପ୍ରଚାର ବୋଲି କୁହାଯାଇଥିବା ବେଳେ ଏପରି ମେସେଜରୁ ବଞ୍ଚିବା ରହିବା ପାଇଁ ଅନୁରୋଧ କରିଛନ୍ତି। ଏହାଛଡ଼ା କହିଛନ୍ତି, ଯଦି ଏପରି କିଛି ମେସେଜରେ କାହାର ସନ୍ଦେହ ଜାତ ହେଉଛି ତେବେ ଦୟାକରି ତାହାର ସୂଚନା ସୋସିଆଲ ମିଡିଆରେ ଶେୟାର କରନ୍ତୁ। ଫଳରେ ଆପଣ ଏହାର ସତ୍ୟତା ଜାଣିପାରିବେ।

ନିଶ୍ଚିତ ପଢ଼ନ୍ତୁ:  ଗାଜି ରସିଦର ମୃତ୍ୟୁ ନେଇ କଣ କହୁଛି ପାକିସ୍ତାନ, ଜାଣନ୍ତୁ

କେଉଁଠାକୁ ପଠାଇବେ ସହୟତା ରାଶି

ସହିଦଙ୍କୁ ସହୟତା ଯୋଗାଇବା ପାଇଁ ସବୁଠାରୁ ବିଶ୍ବସ୍ତ ସ୍ଥାନ ହେଉଛି ସରକାରୀ ପୋଟାଲ ଭାରତ କେ ବୀର ( Bharat Ke Veer) । ଏହାଛଡା ଆପଣ ପେଟିଏମ୍ ଆପ କିମ୍ବା ୱେବସାଇଟ ଏବଂ ଲୋକେଟ ସିଆରପିଏଫ୍ ୱାଇଫ୍ ୱେଲଫେୟାର ଆସୋସିଏସନ୍ ଆଦି ବିଶ୍ବସ୍ତ ସାଇଡ ଦ୍ବାରା ମଧ୍ୟ ସହାୟତା ରାଶି ଦାନ କରିବେ।

ସହାୟତା ରାଶି ଦାନ କରିବା ପୂର୍ବରୁ ୱେବସାଇଟର ବାସ୍ତବତା ପରିକ୍ଷା କରନ୍ତୁ। ନିଜକୁ ଠକାମୀର ଶୀକାର ହେବାର ବଞ୍ଚାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.