Below header

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ କଲପେଶ ସତ୍ୟେନ୍ଦ୍ର ଜାଭେରୀ

ଭୁବନେଶ୍ବର : ଜଷ୍ଟିସ୍ କଲପେଶ ସତ୍ୟେନ୍ଦ୍ର ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଜାଭେରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ୍ ଜାଭେରୀଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ ବିନୀତ ଶରଣଙ୍କୁ ସୁପ୍ରିମକୋର୍ଟ ଜଜ୍ ନିଯୁକ୍ତି ମିଳିବା ପରେ ଜଷ୍ଟିସ୍ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ରାଜସ୍ଥାନ ହାଇକୋର୍ଟ ବିଚାରପତି ଅଛନ୍ତି ଜଷ୍ଟିସ ଜାଭେରୀ । ୨୦୦୪ରେ ସେ ଗୁଜୁରାଟ ହାଇକୋର୍ଟରେ ଜଜ୍ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ୨୦୦୫ରେ ସେ ନିୟମିତ ଜଜ୍ ହୋଇଥିଲେ । ୨୦୧୬ ଅଗଷ୍ଟରେ ରାଜସ୍ଥାନକୁ ତାଙ୍କ ବଦଳି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.