ସ୍କୁଲ ବସ୍ ଦିଅ, ପାଠ ପଢ଼ିବାକୁ ଯିବୁ, ବହୁ ହଇରାଣ ହେବାକୁ ପଡୁଛି : ଛାତ୍ରଛାତ୍ରୀ

କେନ୍ଦୁଝର : ସ୍କୁଲ ବସ୍ ଦିଅ । ପାଠ ପଢ଼ିବାକୁ ଯିବୁ । ବହୁ ହଇରାଣ ହେବାକୁ ପଡୁଛି । ଏଭଳି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ବଡ଼ବିଲ୍ ସେରେଣ୍ଡାଠାରେ ୨ଶହରୁ ଅଧିକ ଛାତ୍ରଛତ୍ରୀ ଧାରଣାରେ ବସିଛନ୍ତି । ସେମାନଙ୍କ ସହ ସାମିଲ ହୋଇଛନ୍ତି ଅଭିଭାବକ । ଆନ୍ଦୋଳନ ଯୋଗୁ ସେରେଣ୍ଡାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ମୋଟର ଅଟକି ରହିଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଅଭିଯୋଗ ହୋଇଛି, କାଶିଆ, ସେରେଣ୍ଡା, ଭଦ୍ରାସାହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ମେସ୍କୋ ଖଣି କମ୍ପାନୀ ବସ୍ ଯୋଗାଇ ଦେଉଥିଲା । ତେବେ ଖଣି ବନ୍ଦ ଥିବା ଦର୍ଶାଇ ମାସେ ହେବ କମ୍ପାନୀ ସ୍କୁଲ ବସ୍ ସେବା ବନ୍ଦ କରି ଦେଇଛି । ଫଳରେ ବହୁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ବସ୍ ଯୋଗାଇ ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.