ନାବାଳକର ଏଟିଏମ୍ ଲୁଟ୍ ଉଦ୍ଯମ, ପୋଲିସ ହାତରେ ଧରା ପଡି ଗଲା ସୁଧାର ଗୃହ

ଭୁବନେଶ୍ବର(କେନ୍ଯୁଜ୍): ୟୁଟ୍ଯୁବ୍ ଦେଖି ଜଣେ ନାବାଳକ ଏଟିଏମ୍ ଲୁଟ୍ ଉଦ୍ଯମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ନାବାଳକ ଜଣକ ଏଟିଏମ୍ ଲୁଟ୍ ଉଦ୍ଯମ କରିବା ସମୟରେ ହିଁ ପୋଲିସ ହାତରେ ଧରା ପଡିଛି। ସୂଚନା ମୁତାବକ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ନବମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ଏହି ନାବାଳକ ଗତକାଲି ରାତି ୧.୪୦ମିନିଟ୍ ରେ ରେଞ୍ଚି, ଲୁହା ରଡ ଧରି ରବିଟକିଜ୍ରୁ ସାନେଟେରିୟମ୍ ଛକ ଆଡକୁ ଯାଇଥିବା ରାସ୍ତାରେ ଥିବା ୟୁବିଆଇ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ଯମ କରୁଥିବା ବେଳେ ପେଟ୍ରୋଲିଂ ପୋଲିସ ହାତରେ ଧରା ପଡିଥିଲା। ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରେ ନାବାଳକକୁ ପୋଲିସ କାବୁ କରି ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଯାଇଥିବା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.