ପୁଣି କମିଲା ସୁନା ଦର, ୧୦ ଗ୍ରାମ ପ୍ରତି ୬୧ ଟଙ୍କା ହ୍ରାସ ପାଇ ପହଞ୍ଚିଥିଲା ୪୬, ୯୧୨ ଟଙ୍କାରେ

ମଙ୍ଗଳବାର ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ପାଇଥିବା ଜଣାଯାଇଛି । ମଙ୍ଗଳବାର ଅର୍ଥାତ ମେ ୨୬ ତାରିଖ ସକାଳ ୧୦ ଟା ୩୬ ମିନିଟ ସମୟ ସୁଦ୍ଧା ସୁନା ଦର ୧୦ ଗ୍ରାମ ପ୍ରତି ୬୧ ଟଙ୍କା ହ୍ରାସ ପାଇ ୪୬, ୯୧୨ ଟଙ୍କାରେ ପହଞ୍ଚିଥିଲା । କିନ୍ତୁ ଅନ୍ୟପକ୍ଷରେ, ରୂପା ଦରରେ ବି ବୃଦ୍ଧି ପାଇଥିବା ଦେଖାଦେଇଛି । ଗତକାଲି ସକାଳ ସୁଦ୍ଧା ରୂପା ଦର ପାଖାପାଖି ୧.୨୫ ପ୍ରତିଶତ ଅର୍ଥାତ ୬୦୪ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୪୮,୮୬୧ ଟଙ୍କାରେ ପହଂଚିଛି ।ଯଦି ବିଶ୍ୱସ୍ତରୀୟ ବଜାର ଉପରେ ନଜର ପକାଇବା, ତେବେ ସୁନା ଦରରେ ୦.୦୯ ପ୍ରତିଶତ ବା ୧.୫୦ ଡ଼ଲାର ହ୍ରାସ ପାଇ ଆଉନ୍ସ ପିଛା ୧୭୫୨ ଟଙ୍କାରେ ପହଂଚିଛି ।

ଯେବେକି ବିଶ୍ୱ ବଜାରରେ ବି ରୂପା ଦରରେ ବୃଦ୍ଧି ଘଟିଥିବା ଦେଖାଦେଇଛି । ମଙ୍ଗଳବାର ଏହି ମୂଲ୍ୟ ୦.୭୭ ପ୍ରତିଶତ ବା ୦.୧୩ ଡ଼ଲାର ବୃଦ୍ଧି ପାଇ ଆଉନ୍ସ ପିଛା ୧୭.୪୨ ଡ଼ଲାରରେ ପହଂଚିଛି । ଯେବେକି ଅନ୍ୟତମ ମୂଲ୍ୟବାନ ଧାତୁ ପ୍ଳା ଟିନମ ମୂଲ୍ୟରେ ମଧ୍ୟ କିଛିଟା ପରିବର୍ତ୍ତନ ଆସିଛି । ୦.୭୭ ପ୍ରତିଶତ ବା ୬.୫୪ ଡ଼ଲାର ହ୍ରାସ ସହ ଏହି ଧାତୁର ମୂଲ୍ୟ ଆଉନ୍ସ ପ୍ରତି ୮୪୨.୯୧ ଡ଼ଲାରରେ ପହଂଚିଛି । ଯେବେକି ପୋଲାଡିୟମ ମୂଲ୍ୟ ୧.୮୮ ପ୍ରତିଶତ ବା ୩୭.୫୪ ଡ଼ଲାର ବୃଦ୍ଧି ପାଇ ଆଉନ୍ସ ପିଛା ୨,୦୩୩.୧୭ ଡ଼ଲାରରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.