ରଣପୁରରେ ଅଭାବନୀୟ ଘଟଣା: ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଖୁଣ୍ଟରେ ବାନ୍ଧି ମାଡ, ଅଭିଯୁକ୍ତଙ୍କ ସମେତ ୫ ଗିରଫ

ନୟାଗଡ(କେନ୍ଯୁଜ୍): ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଖୁଣ୍ଟରେ ବାନ୍ଧି ମାଡ । ନୟାଗଡ ରଣପୁରରେ ଅଭାବନୀୟ ଘଟଣା । ନୟାଗଡ ରଣପୁର ଥାନା ହିଞ୍ଜିଳି ଗାଁର ବାବୁ ପରିଡା ଜଣେ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ।

ଏନେଇ ପୀଡିତାଙ୍କ ପରିବାର ସରପଞ୍ଚ ଓ ଓ୍ଵାର୍ଡ ମେମ୍ବରଙ୍କୁ ଜଣାଇଥିଲେ । ତେବେ କୌଣସି ସମାଧାନ ନବାହାରିବାରୁ ବାଧ୍ୟ ହୋଇ ପୀଡିତାଙ୍କ ପରିବାର ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଯାହାକୁ ନେଇ ଗାଁର କିଛି ଲୋକ ନାବାଳିକାଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ ରଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.