Below header

କଳାହାଣ୍ଡି ଜିଲ୍ଲାର ମା’ ଯୋଗମାୟାଙ୍କ ଶକ୍ତିପୀଠ

ଭବାନୀପାଟଣା (କେନ୍ୟୁଜ୍) : କଳାହାଣ୍ଡି ଜିଲ୍ଲାର ଦେବୀପୀଠ ମା’ ଯୋଗମାୟାଙ୍କ ଶକ୍ତିପୀଠ । ଗୁର୍‌ଜିମୁଣ୍ଡା ଗାଁରେ ଥିବା ଏହି ଶକ୍ତିପୀଠ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ମା’ଙ୍କ ପାଖରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ପ୍ରତ୍ୟେକ ଦିନ ପୀଠକୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ ।

kalahandi 2

କଳାହାଣ୍ଡି ଜିଲ୍ଲା କେସିଗାଁ ବ୍ଲକ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଗୁର୍‌ଜିମୁଣ୍ଡା ଗାଁ । ଏହି ଗାଁରେ ରହିଛି ମା’ ଯୋଗମାୟାଙ୍କ ଶକ୍ତିପୀଠ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ଓ ଉଚ୍ଚକୋଟୀର କାରୁକାର୍ଯ୍ୟରେ ଭରପୁର ଏହି ମନ୍ଦିର । ମା’ଙ୍କ ପାଖରେ ଭକ୍ତ ଯାହା ମାନସିକ କରନ୍ତି ତାହା ପୂରଣ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ଭକ୍ତିମୟ ପରିବେଶ ସୃଷ୍ଟି କରୁଥିବା ଏହି ଶକ୍ତି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି ମାଆଙ୍କ ଦର୍ଶନ ପାଇଁ ।

jogamaya

ତେବେ ଯୋଗମାୟା ଶକ୍ତିପୀଠକୁ ଯିବା ଆସିବା କରିବା ପାଇଁ ଭଲ ରାସ୍ତାଟିଏ ନାହିଁ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏଠାକୁ ଆସୁଥିବା ଲୋକେ । ଏହାସହ ପୀଠରେ ପାନୀୟ ଜଳ ଓ ବିଜୁଳି ସମସ୍ୟା ମଧ୍ୟ ରହିଛି । ମନ୍ଦିର ପରିଚାଳନା କମିଟି ବିଜୁଳି ଯୋଗାଇବାରେ ଅସମର୍ଥ ହେଉଥିବା ଅଭିଯୋଗ ହୋଇଛି । ଅନେକ କିମ୍ବଦନ୍ତୀ ରହିଛି ଏହି ପୀଠର । ପୁଣି ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.