କୋଣାର୍କ ମୂର୍ତ୍ତିକୁ ନେଇ ଉପୁଜିଲା ବିବାଦ

କୋଣାର୍କ (କେନ୍ଯୁଜ୍) : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କାମ ନେଇ ବିବାଦ । ମରାମତି ନାଁରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପୁରୁଣା କାରୁକାର୍ଯ୍ୟ ପଥରକୁ ବାହାର କରି ନୂଆ ପଥର ଲଗାଯାଉଥିବା ଅଭିଯୋଗ ହୋଇଛି । ଫଳରେ ଅସନ୍ତୋଷ ବଢିବାରେ ଲାଗିଛି ।
ଏ ନେଇ ମନ୍ଦିର ସଂରକ୍ଷଣ ଓ ସୁରକ୍ଷା ସମ୍ପର୍କରେ କୋଣାର୍କ ସୁରକ୍ଷା ସମିତି ଦୀର୍ଘ ୨୨ ବର୍ଷ ହେଲା ଆନ୍ଦୋଳନ କରୁଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ଏ ସଂପର୍କରେ କିଛି କହିବାକୁ ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀ ମନା କରିଛନ୍ତି ।