Below header

ସିଗାରେଟ୍ ପାଇଁ ହତ୍ୟା, ମହିଳାଙ୍କୁ ଟ୍ରେନରୁ ଫିଙ୍ଗି ଦେଲା ଦୁର୍ବୃତ୍ତ

ସିଗାରେଟ୍ ଫିଙ୍ଗିବାକୁ କହିଲେ । ହେଲେ ଦୁର୍ବୃତ୍ତ ସିଗାରେଟ୍ ଫିଙ୍ଗିଲେ ନାହିଁ, ଟ୍ରେନରୁ ଫିଙ୍ଗି ଦେଲେ ଆପତ୍ତି ଉଠାଇଥିବା ମହିଳାଙ୍କୁ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜାଲିଆନାୱାଲାବାଗ ଏକ୍ସପ୍ରେସରେ ଘଟିଛି ଏଭଳି ଏକ ବଡ଼ ଅଘଟଣ । ଟ୍ରେନର ଜେନେରାଲ ବଗିରେ ଗୋଟିଏ ପରିବାର ଯାଉଥିଲା । ଏମାନେ ଉତ୍ତର ପ୍ରଦେଶ ବରେଲିରୁ ବାହାରି ନିଜ ଗାଁକୁ ସାସାରାମ ଅନ୍ତର୍ଗତ ଦେହରିକୁ ଯାଉଥିଲେ ।

SAHAJAHANPUR STATION

ସେମାନଙ୍କ ଉପର ସିଟରେ ବସିଥିବା ଯୁବକ ଜଣକ ସିଗାରେଟ୍ ପିଉଥିଲେ । ତଳେ ବସିଥିବା ପରିବାରର ବରିଷ୍ଠ ମହିଳା ଜଣକ ତାଙ୍କୁ ଏଥିପାଇଁ ମନା କଲେ । ଏଥିରୁ ଆରମ୍ଭ ହେଲା ଯୁକ୍ତିତର୍କ । ଯୁବକ ଜଣକ ସିଟରୁ ଓହ୍ଲାଇ ମହିଳା ଜଣକୁ ମାଡ଼ ମାରିବା ସହ ଟ୍ରେନରୁ ଠେଲି ଦେଇଥିଲେ । ଫଳରେ ୫୦ ବର୍ଷ ବୟସ୍କା ଚିନ୍ତାଦେବୀ ଗୁରୁତର ଆହତ ହୋଇଥିଲେ ।

CIGARETTE

ଚେନ୍ ଟାଣି ଟ୍ରେନ୍ ଅଟକାଇବା ପରେ ତାଙ୍କ ପୁଅ ମା’ଙ୍କୁ ନେଇ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ସମ୍ପର୍କରେ ତାଙ୍କ ସହ ଥିବା ତାଙ୍କ ପୁ୍ଅ ରଣଜିତ ଶହାଜାହାନପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ଅଭିଯୁକ୍ତ ସୋନୁକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.