ଚାଇନାର ଚମତ୍କାର, ରୋବଟକୁ ବନାଇଲା ନ୍ଯୁଜ୍ ଆଙ୍କର

ବେଜିଂ : ଚାଇନା ଏପରି ଏକ ଦେଶ ଯିଏ ସବୁବେଳେ ଦୁନିଆରେ କିଛି ନା କିଛି ନୂଆ ଜିନିଷ ଆବିଷ୍ମାର କରିସାରିଛି। ଚାଇନାର ଆବିଷ୍କାର ଦେଖି ପ୍ରାୟ ସମସ୍ତ ବ୍ଯକ୍ତି ଆଶ୍ଚର୍ଯ୍ଯ ରହିଯାଇଥାନ୍ତି। ତେବେ ଏଥର ଚାଇନା କରି ଦେଖାଇଛି ଏକ ବଡ଼ କାରନାମା। ନ୍ଯୁଜକୁ ଲୋକଙ୍କ ନିକଟରେ ଏବେ ମଣିଷ ନୁହଁନ୍ତି ବରଂ ରୋବଟ ପହଞ୍ଚାଇବେ।
ତେବେ ଏହି ରୋବଟଟି ଦେଖିବାକୁ ଅବିକଳ ମଣିଷ ଭଳି। ରୋବଟିର କଥାବାର୍ତ୍ତ ଏବଂ ରଙ୍ଗରୁପ ବିଲକୁଲ ମଣିଷ ସଦୃଶ। ଚାଇନାର ଜିନହୁଆ ନ୍ଯୁଜ୍ ଏଜେନ୍ସି , ଦୁନିଆରେ ପ୍ରଥମ ଥର ପାଇଁ ନ୍ଯୁଜ୍ ଆଙ୍କର ସିଟରେ ଏକ ରୋବଟ ବା ଆର୍ଟିଫିସିଆଲ ଇଣ୍ଟଲିଜେନ୍ସି (AI)କୁ ବସାଇଛି। ତେବେ ଖାଲି ଗୋଟିଏ ନୁହଁ ବରଂ ନ୍ଯୁଜ୍ ଏଜେନ୍ସି ଦୁଇଟି ରୋବଟକୁ ନ୍ଯୁଜ୍ ଆଙ୍କର ଭାବେ ଆଣିଛନ୍ତି। ଜଣେ ଚାଇନାରେ ଏବଂ ଆଉ ଜଣେ ଇଂରାଜୀରେ ନ୍ଯୁଜ୍ ପଢ଼ୁଥିବା ନଜର ଆସିଛି।
ସାଉଥ ଚାଇନା ମଣ୍ଣିଂ ପୋଷ୍ଟ ଅନୁଯାୟୀ, ଜିନହୁଆ ଦୁଇଟି ରୋବଟକୁ ହାୟର କରିଛନ୍ତି। ଜଣେ ଇଂରାଜୀ ଏବଂ ଅନ୍ଯଜଣେ ଚାଇନରେ ନ୍ଯୁଜ୍ ପଢ଼ିବେ। ଦୁଇ ଦିନ ପୂର୍ବେ ପ୍ରଥମ ଥର ପାଇଁ ରୋବଟକୁ କ୍ଯାମେରା ସାମ୍ନାରେ ଆଣାଯାଇଥିଲା। ସେ ଇଂରାଜୀରେ ନ୍ଯୁଜ୍ ପଢ଼ିଥିଲେ।
Xinhua AI anchor, launched on Wednesday, starts presenting news reports from Thursday. In this program, he takes you to have a look at what a Panama official and the Chinese businessman Jack Ma say about the ongoing #CIIE. pic.twitter.com/OZkRQtv1sQ
— China Xinhua News (@XHNews) November 8, 2018
ଏଜେନ୍ସି ଅନୁଯାୟୀ, ଜିନହୁଆ ନ୍ଯୁଜ୍ ଏଜେନ୍ସି ରିପୋଟିଂ ଦଳରେ ରୋବଟଙ୍କୁ ସାମିଲ କରିବା ନେଇ ସୂଚନା ଦେଇଛନ୍ତି। ଏହି ରୋବଟ ଗୁଡ଼ିକୁ ଚାଇନା ସର୍ଚ୍ଚ ଇଞ୍ଜିନ୍ ସୋଗଉ ଡେଭଲପ କରିଛନ୍ତି। ଏହି ରୋବର୍ଟ ନ୍ଯୁଜ୍ ଆଙ୍କରଙ୍କର ସମସ୍ତ ଭଙ୍ଗୀ ଏବଂ କାମକୁ ଶିଖିଛନ୍ତି।