Below header

କ୍ଯାମେରା ଜଗିବ ଜଙ୍ଗଲୀ ଜନ୍ତୁ, ଲଗାଗଲା ଟ୍ରାପିଙ୍ଗ କ୍ଯାମେରା   

ନୂଆପଡ଼ା (କେନ୍ଯୁଜ୍) : କ୍ୟାମେରା ଲେନ୍‌ସରେ ରହିବେ ଜଙ୍ଗଲୀଜନ୍ତୁ । ବନ୍ୟଜନ୍ତୁଙ୍କ ଗିରିବିଧି ଉପରେ ନଜର ରଖିବାକୁ ଲାଗିଛି ଟ୍ରାପିଙ୍ଗ କ୍ୟାମେରା । ନୂଆପଡା ଜିଲ୍ଳା ଖଡ଼ିଆଳ ବନଖଣ୍ଡ ଓ ସୁନାବେଡା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବାକୁ ବିଭିନ୍ନ ସ୍ଥାନରେ ଟ୍ରାପିଙ୍ଗ୍‌ କ୍ୟାମେରା ଲଗାଯାଇଛି । ଏନେଇ ଖଡିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ବନ-କର୍ମଚାରୀମାନଙ୍କୁ ଟ୍ରାପିଙ୍ଗ କ୍ୟାମେରା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ।

nuapada 2

ଭୁବନେଶ୍ୱର ପିସିସିଏଫ କାର୍ଯ୍ୟାଳୟରୁ ବିଷେଶଜ୍ଞ ଭକ୍ତ ଚରଣ ରଥ ଓ ନିମାଇଁ ପଲେଇ ଯୋଗଦେଇ କ୍ୟାମେରା ଉପରେ ପ୍ରଶିକ୍ଷଣ ଦେଇଥିଲେ । ବନ୍ୟଜନ୍ତୁ ବିଶେଷଜ୍ଞ ସଦସ୍ୟଙ୍କ ସହ ବନକର୍ମଚାରୀମାନେ ସୁନାବେଡା ଅଭୟାରଣ୍ୟ ଓ ଖଡିଆଳ ବନଖଣ୍ଡ ଅଧିନସ୍ଥ କେତେକ ଜଙ୍ଗଲରେ ଟ୍ରାପିଙ୍ଗ କ୍ୟାମେରା ଲଗାଇଛନ୍ତି । ବନ୍ୟଜନ୍ତୁଙ୍କ ଗତିବିଧି ସହ ଶିକାରୀ ଉପରେ ମଧ୍ୟ ନଜର ରଖିବ କ୍ୟାମେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.