ସାରା ଦୁନିଆରେ ଚର୍ଚ୍ଚାରେ ରହିଥିବା ଏହି ବିରଳ ବତକ, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା

ଏ ଦୁନିଆରେ ଅନେକ କିଛି ଆଶ୍ଚର୍ଯ୍ୟଜନକ କଥା ଅଛି ଯାହା ଏବେବି ଆମ ନଜର ଆଢୁଆଳରେ ରହିଯାଇଛି । ଯଦି ସାମନାକୁ ଆସେ ତେବେ ଚକିତ ହେବା ସୁନିଶ୍ଚିତ । ଏମିତି କିଛି ଘଟଣା ନିକଟରେ ଆମେରିକାରେ ନ୍ୟୁୟର୍କ ସହରରେ ଘଟିଛି । ଏଠାକାର ଏକ ପ୍ରସିଦ୍ଧ ପାର୍କରେ ଏକ ଅତି ସୁନ୍ଦର ଓ ବିରଳ ବତକ ଦେଖିବାକୁ ମିଳିଛି । ଯାହାକୁ ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ। ଏହି ରଙ୍ଗ ବେରଙ୍ଗର ବତକ ଦେହରେ ଯେମିତି କିଏ ବିଭିନ୍ନ ରଙ୍ଗ ଭରି ଦେଇଛି, ଠିକ୍ ସେଇମିତି ଲାଗୁଥିଲା । ଏହି ପକ୍ଷୀକୁ ମାଣ୍ଡାରିନ କୁହାଯାଏ।
ଚର୍ଚ୍ଚାର ବିଷୟ ପାଲଟିଛି ଏହି ବତକ :
ଆମେ ସମସ୍ତେ ଜାଣିଛନ୍ତି ଆଉ ଦେଖିଛନ୍ତି ଯେ ସାଧାରଣତଃ ବତକର ରଙ୍ଗ ଧଳା । କିନ୍ତୁ ଏହି ବିରଳ ପକ୍ଷୀର ରଙ୍ଗ ବେରଙ୍ଗର। ବତକଟି ଏବେ ଲୋକଙ୍କର ଆକର୍ଷଣା କେନ୍ଦ୍ରବିନ୍ଦୁ ପାଲଟିଛି। ମାଣ୍ଡାରିନ ବତକ ସାଧାରଣତଃ ପୂର୍ବ ଏସିୟାରେ ଦେଖିବାକୁ ମିଳିଥାନ୍ତି। ଏହି ବତକର ଏକ ଭିଡିଓ ଟ୍ବିଟରରେ ଶେୟାର କରାଯାଇଛି।
ବତକ ପାଳିବାର ଅନୁମତି ନାହିଁ :
ଖବର ଅନୁସାରେ ଶହରରେ କାହାକୁ ମଧ୍ୟ ବତକ ପାଳିବାର ଅନୁମତି ଦିଆଯାଇ ନାହିଁ। ନ୍ୟୁୟର୍କ ସିଟିରେ ପାର୍କ ଏଣ୍ଡ ୱାଇଲ୍ଡଲାଇଫ ଅଧିକାରୀମାନେ ବତକଟିକୁ ଏଠାରେ ହିଁ ରହିବାକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
The Central Park Pond’s newly-arrived male Mandarin Duck (we still do not know how it got here) unseated the Wood Duck as prettiest duck in the park. Gus Keri brings us close-up video pic.twitter.com/cauqVt4kSK
— Manhattan Bird Alert (@BirdCentralPark) October 11, 2018