ଆସୁଛନ୍ତି ମାଆ କାଳୀ, ଆଜି ମଧ୍ୟରାତ୍ରରେ ହେବ ଚକ୍ଷୁଦାନ

ଭଦ୍ରକ(କେନ୍ଯୁଜ୍) : ଆସୁଛନ୍ତି ମାଆ କାଳୀ। ମାଆଙ୍କ ପୂଜା ପାଇଁ ଉତ୍ସବମୁଖର ପରିବେଶ। ଆଜି ମଧ୍ୟ ରାତ୍ରରେ ମାଆଙ୍କ ଚକ୍ଷୁଦାନ କରାଯିବ। ଭଦ୍ରକ ଜିଲ୍ଲା ବାସୁଦେବପୁରରେ କାଳୀପୂଜାର ରହିଛି ସ୍ୱତନ୍ତ୍ରତା । ଦୀର୍ଘ ୨୦ଦିନ ଧରି ଏଠାରେ ଚାଲିବ ମାଆଙ୍କ ପୂଜାର୍ଚ୍ଚନା । ଚଳିତବର୍ଷ ୪ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ କାଳୀ । ମାଆଙ୍କ ମୂର୍ତ୍ତି ସହ ସୁନ୍ଦରୀ ବାଘୁଣୀ ଚରିତ୍ରକୁ ସ୍ଥାନ ଦିଆଯାଇଛି। ଯାହା ଦର୍ଶକଙ୍କ ମନ ମୋହିବ ବୋଲି କହିଛନ୍ତି କାରିଗର । ସେପଟେ ସହରର ବିଭିନ୍ନ ସ୍ଥାନରେ ଅପେରା ପାର୍ଟିର ହୋର୍ଡିଂ ଛାଇ ଗଲାଣି। ଏଥିସହ ଶାନ୍ତିଶୃଙ୍ଖଳାରେ ପୂଜା ଶେଷ କରିବାକୁ ସଜାଗ ରହିଛି ପୋଲିସ।
ମାଆ କାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ରେଶମ ନଗରୀ
ମାଆ କାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ରେଶମ ନଗରୀ ବ୍ରହ୍ମପୁର ସହର। ସହରର ୭ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମାଆ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ହୋଇଛି । ତେବେ ମୁଖ୍ୟ ଆକର୍ଷଣ ହେବ ଗେଟ୍ ବଜାର ପୂଜା କମିଟିର ମେଢ । ଏହି ପୂଜା ୨୫ତାରିଖ ପର୍ଯ୍ଯନ୍ତ ଚାଲିବ।