Below header

ଆଜି ଆମେରିକାର ମିଡ ଟର୍ମ ଇଲେକ୍ସନ, ହାଉସ ଅଫ ରିପ୍ରେଜେଣ୍ଟେଟିଭ ପାଇଁ ଭୋଟ୍‌

ଆମେରିକା(କେନ୍ଯୁଜ୍) : ଆଜି ଆମେରିକାର ମିଡଟର୍ମ ଇଲେକ୍ସସନ ପାଇଁ ମତଦାନ । ୨୦୧୬ ମସିହା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ରିପ୍ଲବିକାନ ପାର୍ଟି ପାଇଁ ଅଗ୍ନିପରୀକ୍ଷାର ବେଳ । ଦୁଇ ବର୍ଷ ବ୍ୟବଧାନରେ ହେଉଥିବା ଏହି ନିର୍ବାଚନରେ ୟୁଏସ କଂଗ୍ରେସ, ଗଭର୍ଣ୍ଣର ଓ ସ୍ଥାନୀୟ ନିର୍ବାଚନ ହୋଇଥାଏ । ହାଉସ ଅଫ ରିପ୍ରେଜେଣ୍ଟେଟିଭ ଓ ସିନେଟରେ ରିପ୍ଲବିକାନ ଦଳର ଦବଦବା ରହିଛି ।

2018-elections-cropତେବେ ଆଜିର ମତଦାନ ଟ୍ରମ୍ପ ସରକାରକୁ ଅଡୁଆରେ ପକାଇପାରେ ବି ରାଜନୈତିକ ପଣ୍ଡିତ ଭବିଷ୍ୟବାଣୀ କରିଛନ୍ତି । ୪୩୫ ଆସନ ବିଶିଷ୍ଟ ହାଉସ ଅପ ରିପ୍ରେଜେଣ୍ଟେଟିଭ ପାଇଁ ଭୋଟ ଗ୍ରହଣ ହେବ । ନିର୍ବାଚିତ ସଦସ୍ୟମାନେ ୨୦୨୦ ମସିହା ପର୍ଯ୍ଯନ୍ତ ପଦବୀରେ ରହିବେ । ସେହିପରି ସିନେଟର ୧୦୦ଟି ଆସନ ମଧ୍ୟରୁ ୩୫ଟି ଆସନରେ ମତଦାନ ହେବ । ସିନେଟ ସଦସ୍ୟମାନେ ଛଅ ବର୍ଷ ପାଇଁ ନିର୍ବାଚିତ ହେବେ । ସେହିପରି ସ୍ଥାନୀୟ ଅଞ୍ଚଳ ପାଇଁ ଭୋଟଗ୍ରହଣ ହେବ । ନିର୍ବାଚନ ପୂର୍ବରୁ ରିପ୍ଲବିକାନ ପାର୍ଟି ଓ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.