ଖସିଗଲା ଟପ୍ ମାଓନେତା ରଣଦେବ, ମାଲକାନଗିରିରେରେ କମ୍ବିଂ ଅପରେସନ ଜୋରଦାର

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ଜିଲ୍ଲା ବେଜିଙ୍ଗଓ୍ଵାଡାରେ ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମଧ୍ୟରୁ ୨ଜଣ ମହିଳା ଓ ୩ ଜଣ ପୁରୁଷ । ମୃତକଙ୍କ ମଧ୍ୟରୁ ୩ ମାଓବାଦୀଙ୍କ ପରିଚୟ ମିଳିଛି । ସେମାନେ ହେଲେ କାଲିମେଳା ରୁଜୁଲକୋଣ୍ଡାର ଉଙ୍ଗା ସୋଢ଼ି, ମାସେ ମାଢ଼ି ଓ ନାରାୟଣପାଟଣା ବାଲିପେଟାର ସୀମା କେଣ୍ଡ୍ରୁକା । ମୃତ ମାଓବାଦୀମାନେ କାଲିମେଳା ଦଳମ୍ର ସଦସ୍ୟ । କ୍ୟାମ୍ପରେ କେତେ ମାଓବାଦୀ ଥିଲେ ଜଣାପଡିନାହିଁ । ଏନକାଉଣ୍ଟର ସ୍ଥଳରୁ ଥ୍ରୀ ୨ଟି ଏସ୍ଏଲଆର, ଗୋଟିଏ ଇନ୍ସାସ ଓ ଗୋଟିଏ ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ ହୋଇଛି । ଆନ୍ଧ୍ର-ଓଡ଼ିଶା ସୀମା ମାଲକାନଗିରି ଜିଲ୍ଲା ବେଜିଙ୍ଗଓ୍ଵାଡା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଅପରେସନ୍ରେ ସାମିଲ ହୋଇଥିଲେ ୨ଟି ଏସ୍ଓଜି ଟିମ୍ । ଏନକାଉଣ୍ଟର ବେଳେ ଡିଭଜନାଲ କମିଟି ମେମ୍ବର ରଣଦେବ ଚମ୍ପଟ ମାରିଥିବା କୁହାଯାଉଛି । ମାଓ ବିରୋଧୀ ଅଭିଯାନରେ ଏହି ଅପରେସନକୁ ଅନ୍ୟତମ ବଡ଼ ସଫଳ ଅପରେସନ ବୋଲି ପୋଲିସ ଡିଜି ଆର. ପି ଶର୍ମା କହିଛନ୍ତି । ଏହି ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।