ସ୍ମାର୍ଟସିଟି ମିଶନରେ ଆଜିଠୁ ଗଡ଼ିବ ୧୦୦ଟି ନୂଆ ସିଟି ବସ୍, ସିଆରୟୁଟି ଜାରି କରିଛି ରୁଟ ମ୍ୟାପ

ଭୁବନେଶ୍ବର(କେନ୍ଯୁଜ୍) : ସ୍ମାର୍ଟସିଟି ମିଶନରେ ଆଜିଠୁ ୧୦୦ଟି ନୂଆ ସିଟିବସ୍ ଗଡିବ । ମୋ ବସ୍ ଚଳାଚଳ ପାଇଁ ଏହାର ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ ବା ସିଆରୟୁଟି ରୁଟ ମ୍ୟାପ ଜାରି କରିଛି । ନୂଆ ବସ କେଉଁ ମାର୍ଗରେ ଚାଲିବ ତାର ବିବରଣୀ ଜାରି ହୋଇଛି । ତେବେ ଏହି ରୁଟ ୩ଟି ପର୍ଯ୍ଯାୟରେ ଭାଗ ହୋଇଥିବା ବେଳେ ପ୍ରଥମ ପର୍ଯ୍ଯାୟ ରୁଟରେ କିଛି ବସ୍ ଚାଲିବ । ଆଗକୁ ଅନ୍ୟ ରୁଟରେ ବସ ଚଳାଚଳ ଆରମ୍ଭ ହେବ । ଆସନ୍ତା ୧୫ରୁ ଦ୍ୱିତୀୟ ପର୍ଯ୍ଯାୟ ଓ ଡିସେମ୍ବର ୧୦ରୁ ତୃତୀୟ ପର୍ଯ୍ଯାୟ ବସ ଚଳାଚଳ ଆରମ୍ଭ ହେବ । ସ୍ମାର୍ଟସିଟି ମିଶନରେ ୨୦୦ ବସ ଚଳାଚଳ ପାଇଁ ଯୋଜନା ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ଯାୟରେ ୧୦୦ଟି ଲେଖାଏଁ ବସ ଚାଲିବ। ସିଟିବସ ସେବାକୁ ମୋବାଇଲ ଆପ ସହ ସଂଯୋଗ କରାଯାଇଥିବା ସହ ବସରେ ସିସିଟିଭି ଓ ଜିପିଏସ ଲାଗିଛି ।