ଆପଣ ଜାଣିଛନ୍ତି କି , ସଠିକ୍ ସମୟରେ ମହିଳାଙ୍କ ପିରିୟଡ୍ସ ହୋଇନଥିବା କାରଣ ଏବଂ ଉପଚାର

ମହିଳାଙ୍କୁ ପ୍ରାକୃତିକ ଭାବେ ପ୍ରତି ମାସରେ ହୋଇଥାଏ ମାସିକଧର୍ମ ବା ପିରିୟଡ଼୍ସ। ଏହି ସମୟ ଚକ୍ର ବେଳେବେଳେ କିଛି କାରଣରୁ ପରିବର୍ତ୍ତନ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ମହିଳାଙ୍କ ପିରିୟଡ୍ସ ବା ମାସିକଧର୍ମ ସଠିକ୍ ସମୟରେ ନହେବା ପଛରେ ରହିଥାଏ କିଛି ଗମ୍ଭୀର କାରଣ। ତେବେ ଶରୀରରେ କୌଣସି ଗମ୍ଭୀର ରୋଗ ଜାତ ହୋଉଥିଲେ ମହିଳାଙ୍କର ମାସିକଧର୍ମ ସଠିକ୍ ସମୟରେ ହୋଇନଥିବା ବେଳେ ତାଙ୍କୁ ବହୁତ କଷ୍ଠ ମଧ୍ୟ ସହ୍ଯ କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ମହିଳାଙ୍କ ମାସିକଧର୍ମ ବା ପିରିୟଡ୍ସ ନହେବା ବା ବିଳମ୍ବିତ ହେବାର କାରଣ।

headache

ଚିନ୍ତା

ଚିନ୍ତା ଏବଂ ମାନସିକ ଚାପର ପ୍ରଭାବ ସାଧାରଣତଃ ମହିଳାଙ୍କ ମାସିକଧର୍ମ ଉପରେ ପଡ଼ିଥାଏ। କାରଣ ସବୁବେଳେ ଚିନ୍ତା ଲାଗି ରହିଥିଲେ ଶରୀରରେ କାର୍ଟିସଲ ଏବଂ ଏଣ୍ଡ୍ରିନାଲାଇନ୍ ହର୍ମୋନ୍ ର୍ନିଗତ ହୋଇଥାଏ। ଶରୀରରେ ଏହାର ମାତ୍ରା ଅଧିକ ହେଲେ ପିରିୟଡ଼୍ସ ସଠିକ୍ ସମୟରେ ହୋଇନଥାଏ।

ଥାଏରଏଡ଼୍

ମହିଳା ଅଧିକ ଥାଏରଏଡ଼ ରୋଗର ଶୀକାର ହୋଇଥାନ୍ତି। ସର୍ଭେ ଅନୁଯାୟୀ, ପ୍ରତ୍ଯୋକ ୧୦ ଜଣଙ୍କରେ ୮ ଜଣ ମହିଳା ଥାଏରେଏଡ଼ ରୋଗୀ ହୋଇଥାନ୍ତି। ତେବେ ଏହି ରୋଗ କାରଣରୁ ମହିଳାଙ୍କର ସଠିକ ସମୟରେ ପିରିୟଡ଼୍ସ ହୋଇନଥାଏ।

diabetes

ଡ଼ାଏବିଟିଜ୍ ବା ମଧୁମେହ

ବେଳେବଳେ ଶରୀରରେ ସୁଗାରର ମାତ୍ରା କମ ହୋଇଯାଇଥାଏ। ଯାହା ଫଳରେ ବିଳମ୍ବରେ ପିରିୟଡ଼୍ସ ବା ମାସିକଧର୍ମ ହୋଇଥାଏ।

ଗର୍ଭ ନିରୋଧକ ଔଷଧ

ବାରମ୍ବାର ଗର୍ଭନିରୋଧକ ଔଷଧର ସେବନ ଶରୀର ପାଇଁ ହାନିକାରକ ହୋଇଥାଏ। ଏଥିପାଇଁ ଶରୀରରେ ବିଭିନ୍ନ ପ୍ରକାରର ହରମୋନାଲ ପରିବର୍ତ୍ତନ ହୋଇଥାଏ। ଯାହା ଫଳରେ ପିରିୟଡ଼୍ସ ହେବାରେ ବିଳମ୍ବ ହୋଇଥାଏ।

ଆସନ୍ତୁ ଜାଣିବା ଏଥିରୁ ରକ୍ଷା ପାଇବାର ଘରୋଇ ଉପଚାର

ଋତୁସ୍ରାବ ବା ପିରିୟଡ ସମୟରେ ହେଉଥିବା କଷ୍ଟ ମହିଳାମାନଙ୍କ ପାଇଁ କୌଣସି ଅଭିଶାପରୁ କମ୍ ନୁହେଁ । ଅଧିକାଂଶ ମହିଳା ପ୍ରତିମାସରେ ଏହି କଷ୍ଟ ପାଇଥାନ୍ତି । ଏତେ କଷ୍ଟ ଏବଂ ଏତେ ପୀଡା ହୋଇଥାଏ ଯେ ଆସନ୍ତା ମାସ ଆସିଲେ ମାତ୍ରେ ଭୟ କରନ୍ତି । ଯଦିଓ ଏହି କଷ୍ଟ ସାଧାରଣ ହୋଇଥାଏ ମହିଳାଙ୍କ ପାଇଁ ତେବେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ମହିଳାମାନେ ପେନ୍ କିଲର୍ ଖାଇ ନିଅନ୍ତି । ଯାହା ସେ ସମୟରେ ଆରାମ ତ ଦେଇଥାଏ କିନ୍ତୁ ପରେ ଅନେକ ସମସ୍ୟାକୁ ଜନ୍ମ ଦେଇଥାଏ । ତେଣୁ ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଘରୋଇ ଉପାୟ।

ଗରମ ଉପଚାର :

periods pain

ଗରମ ଉପଚାର ପେଟର ଏହି ପୀଡା ପାଇଁ ବେଶ୍ ଲାଭଦାୟକ । ଏଥିପାଇଁ ସହଜ ଉପାୟ ହେଉଛି ଗରମ ପାଣି ସେକ ଦେବା । ସର୍ବପ୍ରଥମେ ପାଣିକୁ ଗରମ କରନ୍ତୁ । ଏହା ପରେ କୌଣସି ବୋତଲ ରଖି ପେଟରେ ରଖନ୍ତୁ । ଯଦି ଏପରି ନକରିପାରୁଛନ୍ତି ତେବେ ହିଟିଙ୍ଗ୍ ବ୍ୟାଗର ବ୍ୟବହାର କରନ୍ତୁ । ନଚେତ୍ ତାୱା ଗରମ କରି ଏଥିରେ କପଡା ଲଗାଇ ଏହାକୁ ନିଜ ପେଟରେ ଦିଅନ୍ତୁ । ସେହିପରି ଗରମ ପାଣିରେ ଗାଧାନ୍ତୁ । ଥଣ୍ଡା ପାଣିରେ ଗାଧୋଇଲେ କଷ୍ଟ ବେଶି ବଢିଯିବ ।

ତୁଳସୀ :

Tulsi teaପିରିୟଡରେ କଷ୍ଟ ବେଶୀ ବଢିଲେ ତୁଳସୀ ପତ୍ର ଖାଆନ୍ତୁ । କିମ୍ବା ତୁଳସୀ ପତ୍ରରେ ଚା ତିଆରି କରି ପିଅନ୍ତୁ ।

ମାଲିସ୍ :

best-oil-for-body-massageଅଣ୍ଟା ପେନ୍ ହେଲେ ମାଲିସ୍ କରିବା ଏକ ଭଲ ଉପାୟ । ଯଦି ପେଟ ଏବଂ ଅଣ୍ଟା ଦରଜ ବଢିଯାଉଛି ତେବେ ନଡିଆ ତେଲ ମାଲିସ୍ କରନ୍ତୁ । ତେବେ ମାଲିସ୍ ପୂର୍ବରୁ ତେଲକୁ ହଲକା ଉଷୁମ କରନ୍ତୁ । ଅଧିକ ଚାପ ଦେଇ ମାଲିସ୍ କରନ୍ତୁ ।

ଅଦା :
gingerସେହି ପରି ଏହି ସମୟରେ ଅଦା ଖାଇବା ଖୁବ୍ ଲାଭଦାୟକ । ଯଦି ଚାହିଁବେ ଅଦାକୁ ଛୋଟ ଛୋଟ କରି ପାଣିରେ ଗରମ କରି ପିଇପାରନ୍ତି । ଏହା ଦ୍ବାରା ଆରାମ ମିଳିବ ।

ଅମୃତଭଣ୍ଡା :

papayaଅମୃତଭଣ୍ଡା ପାଚନ ପ୍ରକ୍ରିୟାକୁ ମଜଭୂତ କରିଥାଏ । ତେଣୁ ପିରିୟଡ ସମୟରେ ଏହାକୁ ଖାଇଲେ ଆରାମ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.