Below header

ଖୁବ୍ ଶୀଘ୍ର ମିଳିବ କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ବର (କେନ୍ୟୁଜ୍) : କାଳିଆ ଯୋଜନାରେ ଶୀଘ୍ର ମିଳିବ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ମୋଟ୍ ୧୮ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ । କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି । କାଳିଆ ସହାୟତା ପାଇଁ ପୂର୍ବରୁ ପ୍ରସ୍ତୁତ ଚିଠା ତାଲିକାରେ ୨୧ ଲକ୍ଷରୁ ଅଧିକ ଚାଷୀ ଥିଲେ । ଏଭିତରୁ ୧୨ ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ ଦିଆଯାଇଛି ସହାୟତା ରାଶି । ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ପରେ ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଖୁବ ଶୀଘ୍ର ୧୮ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି । କାଳିଆ ଯୋଜନାରେ ଚାଷୀ, ଭାଗଚାଷୀ ଓ ଭୂମିହୀନ ସମସ୍ତେ ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.