Below header

ପିଏମ-କିଷାନ ଯୋଜନା ଲାଗୁ ପାଇଁ ଚିଠି : ଡାଟାବେସ ପ୍ରସ୍ତୁତ କରିବେ ରାଜ୍ୟ ସରକାର ୨ ହେକ୍ଟରରୁ କମ୍ ଜମି ଥିବା ଚାଷୀ ହେବେ ଉପକୃତ

ଓଡ଼ିଶା ସରକାର ଚାଷୀଙ୍କ ବିକାଶ ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି ଯୋଜନା ଲାଗୁ ପାଇଁ କେନ୍ଦ୍ର ସରକାରଙ୍କ ଚିଠି । କେନ୍ଦ୍ର କୃଷି ସଚିବ ସଞ୍ଜୀବ ଅଗ୍ରୱାଲ ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି । ୨ ହେକ୍ଟର କିମ୍ବା ତାଠରୁ କମ ଚାଷ ଜମି ଥିବା ଚାଷୀମାନେ ଏହି ଯୋଜନାରେ ସାମିଲ ହେବେ । ସେମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ । ତିନିଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

farmerଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଚଳିତ ଲ୍ୟାଣ୍ଡ ରେକର୍ଡସ ସିଷ୍ଟମକୁ ହିତାଧିକାରୀ ଚିହ୍ନଟ ପାଇଁ ବ୍ୟବହାର କରାଯିବ । ଫେବୃଆରୀ ଏକ ତାରିଖ ସୁଦ୍ଧା ଲ୍ୟାଣ୍ଡ ରେକର୍ଡସରେ ନାମ ଥିବା ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏହାକୁ ଆଖିରେ ରଖି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଏକ ଡାଟାବେସ ପ୍ରସ୍ତୁତ କରିବାକୁ କୁହାଯାଉଛି । ଯେଉଁଥିରେ ଚାଷୀଙ୍କ ନାଁ, ଜାତି, ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଫୋନ ନମ୍ବର ଆଦି ରହିବ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ।

ନିଶ୍ଚୟ ପଢ଼ନ୍ତୁ : ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଟଙ୍କା ଆପଣଙ୍କୁ ମିଳିଛି ନା ନାହିଁ ! ଏବେ ଘରେ ବସି ୱେବସାଇଟରେ କରନ୍ତୁ ଯାଞ୍ଚ

farmerପ୍ରଥମ କିସ୍ତି ଟଙ୍କା ପାଇବା ପାଇଁ ଆଧାର ନମ୍ବର ନଥିଲେ ଚାଷୀଙ୍କୁ ସେମାନଙ୍କ ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନସ କିମ୍ବା ନରେଗା ଜବ କାର୍ଡ ଦେବାକୁ ପଡ଼ିବ । ପରବର୍ତ୍ତୀ ପର‌୍ୟ୍ୟାୟ ଟଙ୍କା ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ହେବ । ଯୋଜନା କାର‌୍ୟ୍ୟକାରୀ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଜଣେ ଲେଖାଏଁ ନୋଡାଲ ବିଭାଗ ରଖିବେ । ଏଥି ପାଇଁ କେନ୍ଦ୍ରରେ ଏକ ପ୍ରକଳ୍ପ ମନିଟରିଂ ୟୁନିଟ ରହିବ ବୋଲି କେନ୍ଦ୍ର କୃଷି ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.