Below header

ଲାଞ୍ଚ କାରବାରକୁ ନେଇ ଫରେଷ୍ଟରଙ୍କ ସହ ଯୁକ୍ତିର ଭିଡିଓ ଭାଇରାଲ

ଘଟଗାଁ (କେ ନ୍ୟୁଜ୍‌): ବିଗତ କିଛି ଦିନ ହେବ ସାମ୍ନାକୁ ଆସିବାରେ ଲାଗିଛି ଅନେକ ବଡ ବାବୁଙ୍କ ଲାଞ୍ଚ ମଗା ଘଟଣା । ଏଭଳି ଆଉ ଏକ ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି । ଯାହା ପାଟଣା ରେଞ୍ଜ ଅଞ୍ଚଳର । ଯେଉଁଥିରେ ଜଣେ ଆଦିବାସୀ ନିଜ ପଟାଭୁକ୍ତ ଜମିରୁ ଇଉକାଲିପଟାସ ଗଛ କାଟିବାକୁ ଚାହିଁବାରୁ ଫରେଷ୍ଟର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଛି । ଲାଞ୍ଚ ଦେବାକୁ ମନା କରିବାରୁ ସମ୍ପୃକ୍ତ ବ୍ୟକ୍ତି ଓ ଫରେଷ୍ଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧମକ ଦେଇଥିଲେ ଫରେଷ୍ଟର । ଅବଶ୍ୟ ଲାଞ୍ଚ ମାଗିବା ଅଭିଯୋଗକୁ ଫରେଷ୍ଟର ଜଣକ ଖଣ୍ଡନ କରିଛନ୍ତି । ତେବେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.