ଭୁବନେଶ୍ୱରରେ ପହଞ୍ଚିଲା ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର (କେନ୍ୟୁଜ୍) : ଓଡିଶାରେ ପହଞ୍ଚିଲା ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥିବ ଶରୀର । ନେପାଳ କାଠମାଣ୍ଡୁରୁ ମରଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଆଣାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍ ନିଆଯିବ । ସେଠାରେ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଶେଷ ଦର୍ଶନ ପାଇଁ କଳିଙ୍ଗ ଷ୍ଟାଡିୟମରେ ପାଖାପାଖି ଏକ ଘଣ୍ଟା ରଖାଯିବ । ଏହା ପରେ ମରଶରୀର ତାଙ୍କ ପୈତୃକ ଗାଁକୁ ନିଆଯିବ । ଶୁକ୍ରବାର ଦିନ କାଠମାଣ୍ଡୁରେ କଳ୍ପନାଙ୍କ ପୋଷ୍ଟମର୍ଟମ କରାଯାଇଥିଲା। କଳ୍ପନାଙ୍କ ମୃତଦେହ ବରଫ ତଳୁ ଉଦ୍ଧାରକାରୀ ଟିମ୍ ‘ସାର୍ପୋ’ ଠାବ କରିଥିଲା । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ ବେଳେ ଏଭରେଷ୍ଟର ବାଲକୋନି ଏରିଆରେ ତାଙ୍କର ମୃତ୍ୟୁ ହୋଇଥିଲା । ବେସ୍କ୍ୟାମ୍ପ ୪ରୁ ମରଶରୀରକୁ କାଠମାଣ୍ଡୁ ଅଣାଯାଇଥିଲା । ସେଠାରୁ ଭୁବନେଶ୍ୱର ଅଣାଯାଉଛି । ୨୦୦୮ରେ କଳ୍ପନା ପ୍ରଥମ ଥର ପ୍ରଥମ ଓ଼ଡିଆ ଭାବେ ଏଭରେଷ୍ଟ ଆରୋହଣରେ ସଫଳ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.