ଖୁବଶୀଘ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଘରକୁ ଫେରିବେ ଜଗା ବଳିଆ, ଆପୋଲୋରେ ହେବ ସ୍ବତନ୍ତ୍ର ଚିକିତ୍ସା

ଭୁବନେଶ୍ବର (କେନ୍ୟୁଜ୍) : ଯୋଡ଼ା ମୁଣ୍ଡର ସଫଳ ଚିକିତ୍ସା ପରେ ଘରକୁ ଫେରିବେ ଜଗା ବଳିଆ। ସେମାନଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ତେବେ ଖୁବଶୀଘ୍ର ସେମାନେ ଏୟାର ଆମ୍ବୁଲାନ୍ସ ଯୋଗେ ଓଡିଶା ଫେରିବା ସୂଚନା ମିଳୁଛି। ସେମାନଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡା. ଦୀପକ ଗୁପ୍ତା ଜୁନ ୧୫ ତାରିଖ ପର‌୍ୟ୍ୟନ୍ତ ଛୁଟିରେ ଥିବା କାରଣରୁ ସେମାନେ ଏପର‌୍ୟ୍ୟନ୍ତ ଓଡିଶା ଆସିପାରିନାହାନ୍ତି। କିନ୍ତୁ ଔେପଚାରିକତା ସମ୍ପୂର୍ଣ୍ଣ ସୁସ୍ଥ ହୋଇସରିଛି। ଡା. ଗୁପ୍ତା ଫେରିବା ପରେ ସେମାନେ ଓଡିଶା ଫେରିବା ଅନୁମାନ କରାଯାଉଛି।

ଦୁଇ ଭାଇଙ୍କୁ ଏବେ ୪ ବର୍ଷ । ଜଗା ଏବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ। ସେ ସାଧାରଣ ଜୀବନ ବଞ୍ଚିପାରିବ ଏବଂ ସ୍କୁଲ ମଧ୍ୟ ଯାଇପାରିବ। କିନ୍ତୁ ବଳିଆ ବର୍ତ୍ତମନ ୨୯% ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଛି। ବଳିଆ ପାଟିରେ ଖାଦ୍ୟ ଗ୍ରହଣ କରୁଛି। ସ୍ୱତନ୍ତ୍ର ଟ୍ୟୁବ୍ ଜରିଆରେ ମଧ୍ୟ ତାକୁ ଖାଦ୍ୟ ଦିଆଯାଉଛି। ସେଥିପାଇଁ ବଳିଆକୁ ଓଡିଶା ଅଣାଯାଇ ଆପୋଲୋ ହସପିଟାଲରେ ଚିକିତ୍ସା କରାଯିବ। ଆଇସିୟୁ କିମ୍ବା ସ୍ୱତନ୍ତ୍ର ଭାବେ ଯତ୍ନ ନେବାର ଆବଶ୍ୟକ ନାହିଁ ବୋଲି ଦିଲ୍ଲୀ ଏମ୍ସର ଡାକ୍ତର ସୂଚନା ଦେଇଛନ୍ତି।

jaga father୨୦୧୭ ମସିହାରେ ଏମାନଙ୍କ ସର୍ଜରୀ କରାଯାଇଥିଲା । ଏଥିପାଇଁ ରାଜ୍ଯ ସରକାର କୋଟିଏ ଟଙ୍କା ସେମାନଙ୍କର ଚିକିତ୍ସା ପାଇଁ ଦେଇଥିଲେ। ଓଡିଶାରୁ ଦୁଇ ଜଣ ଡାକ୍ତର ସେମାନଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ। ସର୍ଜରୀ ପାଇଁ ଜାପାନରୁ ଏକ୍ସପର୍ଟ ଆସିଥିଲେ । ଅପରେସନ୍ ପରେ ଜଗା ବଳିଆଙ୍କୁ ଏମସ୍ର ପ୍ରାଇଭେଟ୍ ଓ୍ଵାର୍ଡକୁ ସିପ୍ଟ କରାଯାଇଥିଲା । ଦୁଇ ଭାଇଙ୍କ ପାଖରେ ତାଙ୍କ ବାପା-ମାଆ ମଧ୍ୟ ଅଛନ୍ତି ।

ତିନି ବର୍ଷ ପରେ ସେମାନେ ଥାର୍ଡ ଫେଜ୍ ଅପରେସନ ପାଇଁ ଦିଲ୍ଲୀ ଏମ୍ସକୁ ଯିବେ। ସେମାନଙ୍କର ମୁଣ୍ଡରେ ଲାଗିଥିବା ହେଲମେଟ କଢ଼ା ଯାଇ ଖପୁରୀ ଲାଗିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.