Below header

ସୁନା ଝିଅ ସୋନାକ୍ଷୀ, ଜାଣନ୍ତୁ କାହିଁକି ଅନସ୍କ୍ରିନ କରନ୍ତି ନାହିଁ କିସିଂ ସିନ୍‌ ?

ଧୀରେ ଧୀରେ ହିନ୍ଦି ସିନେମାରେ ବଦଳୁଛି ଅଭିନେତ୍ରୀଙ୍କ ରୋଲ୍‌ । ପ୍ରଥମେ କେବଳ ନାଚଗୀତ ଏବଂ ଅଳ୍ପ କିଛି ସିନରେ ଦେଖିବାକୁ ମିଳୁଥିଲା ଫିଲ୍ମର ନାୟିକାଙ୍କୁ । କିନ୍ତୁ ଏବେ ପୁରା ଫିଲ୍ମ ସଫଳତା ଏବଂ ବିଫଳତା ରହୁଛି ନାୟିକାଙ୍କ କାନ୍ଧରେ । ସେହିପରି ଯଦି ରୋମାନ୍ସ କଥା କହିବା ପୂର୍ବରୁ ନାୟକ ନାୟିକାଙ୍କ ମଧ୍ୟରେ ରୋମାନ୍ସ କେବଳ ଆଖିରେ ଆଖିରେ ହେଉଥିଲା । କିନ୍ତୁ ଏବେ ସେମାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ କମ୍‌ ହେବାକୁ ଲାଗିଲାଣି । ପ୍ରାୟ ଫିଲ୍ମରେ ନାୟିକାଙ୍କ ଅଙ୍ଗ ପ୍ରଦର୍ଶନ ଏବଂ ଇଣ୍ଟିମେଣ୍ଟ ସିନ୍‌ ଦେଖିବାକୁ ମିଳୁଛି । କହିବାକୁ ଗଲେ ଏହା ପ୍ରକାର ଜରୁରୀ ଯେମିତି ହୋଇଗଲାଣି । ନାୟିକାମାନେ ମଧ୍ୟ ଏପରି ସିନ୍‌ କରିବାରେ ପଛଘୁଞ୍ଚା ଦେଉନାହାଁନ୍ତି ।

ଏହା ସହ ପଢନ୍ତୁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଭିଡ ଭିତରେ ଫସିଗଲେ ଆଶା ଭୋସଁଲେ, ସାହାଯ୍ୟ ପାଇଁ ଆଗେଇ ଆସିଲେ ଏହି କେନ୍ଦ୍ରମନ୍ତ୍ରୀ

କିନ୍ତୁ ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ଅନସ୍କ୍ରିନ୍‌ କିସିଂ ସିନ କରିବାକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୋନାକ୍ଷୀ ସିହ୍ନା । ଆଜି ହେଉଛି ସୋନାକ୍ଷୀଙ୍କ ଜନ୍ମଦିନ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା କାହିଁକି ଅନସ୍କ୍ରିନ୍‌ ରୋମାନ୍ସ ନା କହିଛନ୍ତି ଦବଙ୍ଗ ଗର୍ଲ ।

୨୦୧୦ରେ ଦବଙ୍ଗ ଫିଲ୍ମ ମାଧ୍ୟମରେ ବଲିଉଡରେ ନିଜ କ୍ୟାରିୟର୍‌ ଆରମ୍ଭ କରିଥିଲେ ସୋନାକ୍ଷୀ । ଫିଲ୍ମ ଦୁନିଆରେ ୯ ବର୍ଷ ବିତାଇସାରିଥିବା ସୋନାକ୍ଷୀ ଏଯାଏଁ ପରଦାରେ କୌଣସି କୋ ଷ୍ଟାରଙ୍କୁ କିସ୍‌ କରିନାହାଁନ୍ତି । ଅନସ୍କ୍ରିନ କିସ୍‌ କରିବା ସମୟରେ ସେ ବିଲକୁଲ୍‌ ସହଜ ନୁହଁନ୍ତି ବୋଲି କୁହନ୍ତି ସୋନାକ୍ଷୀ । ସେହିପରି ସୋନାକ୍ଷୀ ମଦ ଏବଂ ସିଗୋରେଟକୁ ହାତ ମଧ୍ୟ ଲଗାନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.