କଳ୍ପନାଙ୍କୁ ସମ୍ମାନ, ରାଜଧାନୀ ସଂଗ୍ରହାଳୟରେ ରଖାଗଲା ପର୍ବତରାଣୀଙ୍କ ପୋଷାକ

ଭୁବନେଶ୍ବର(କେନ୍ଯୁଜ୍) : ଭୁବନେଶ୍ବରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ମଙ୍ଗଳବାର ସରକାର ପର୍ବତାରୋହିଣୀ କଳ୍ପନା ଦାଶଙ୍କ ସ୍ମୃତିରେ ତାଙ୍କ ପୋଷାକ ପ୍ରଦର୍ଶନ କରାଯାଇଛି। କଳ୍ପନା ବ୍ୟବହାର କରିଥିବା ପୋଷାକ ଓ ଉପକରଣ ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଛି। ସେ ୨୦୦୮ରେ ଏଭରେଷ୍ଟ ଚଢିବା ବେଳେ ବ୍ୟବହାର କରିଥିବା ସାମଗ୍ରୀ ପ୍ରଦର୍ଶନ କରାଯାଇଛି। କଳ୍ପନା ୨୦୧୭ରେ ରାଜ୍ୟ ସଂଗ୍ରହାଳୟକୁ ତାଙ୍କର ପୋଷାକ ପ୍ରଦାନ କରିଥିଲେ।

Kalpana-das

ସୂଚନାଯୋଗ୍ୟ ଯେ, ମେ ୨୩ ତାରିଖ ଗୁରୁବାର ମଧ୍ୟାହ୍ନ ସମୟରେ ପାହାଡ଼କୁ ଭଲ ପାଉଥିବା ମଣିଷଟିଏ ସେହି ପାହାଡ କୋଳରେ ହିଁ ଶୋଇଯାଇଥିଲା ଚିରଦିନ ପାଇଁ ଚିର ନିଦ୍ରାରେ। ଏଭରେଷ୍ଟରେ ପ୍ରାଣ ହରାଇଛନ୍ତି ପର୍ବତରାଣୀ କଳ୍ପନା ଦାଶ । କଳ୍ପନା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ଏଭରେଷ୍ଟର ଶିଖରକୁ ଛୁଇଁବା ପାଇଁ ଆବଶ୍ୟକ ଅର୍ଥ ନିଜ ଉଦ୍ୟମରେ ଯୋଗାଡ଼ କରିଥିଲେ।

Kalpana-Dash

ଆର୍ଥିକ, ଶାରୀରିକ ତଥା ସାମାଜିକ ଆହ୍ୱାନକୁ ସାମ୍ନା କରି ଜଣେ ନାରୀ, ବିଶେଷ କରି ଓଡ଼ିଆ ହିସାବରେ ଏମିତି ଏକ ଉପଲବ୍ଧି ହାସଲ କରିବାର ଉଦାହରଣ ଅତି ବିରଳ । ଦୁଇ ଦୁଇଥର ବିଫଳତାର ସାମ୍ନା କରିବା ପରେ ମଧ୍ୟ ତାଙ୍କର ଉତ୍ସାହ ମରି ଯାଇ ନଥିଲା । ପ୍ରତିଦିନ ସେ ନିଜ ସହର ଉପକଣ୍ଠରେ ଥିବା ୧୩୫୨ ପାହାଚ ଥିବା କପିଳାସ ପାହାଡ଼କୁ ଚଢ଼ି ଅଭ୍ୟାସ କରୁଥିଲେ । ନିଜ ପିଠିରେ ୩୦ କିଲୋ ଓଜନ ବୋହି ଚଢ଼ିବା ଓ ଓହ୍ଲାଇବାର ଅଭ୍ୟାସ ଦିନକୁ ପାଞ୍ଚ ପାଞ୍ଚଥର କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.