କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଜିଦରେ ଅଟଳ ରାହୁଲ ଗାନ୍ଧି, ମନାଇବାରେ ଲାଗିଛନ୍ତି ନେତୃବୃନ୍ଦ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସରେ ସଙ୍କଟ ଜାରି। କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିରେ ଅଟଳ ରହିଛନ୍ତି ରାହୁଲ ଗାନ୍ଧି। ସେପଟେ ନିଜ ନିଷ୍ପତ୍ତିରୁ ଓହରିବାକୁ ତାଙ୍କୁ ବୁଝେଇବାକୁ ବରିଷ୍ଠ ନେତାମାନେ ଉଦ୍ୟମ ଚଳାଇଛନ୍ତି। ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧି, ସୋନିଆଙ୍କ ପରାମର୍ଶଦାତା ଅହମ୍ମଦ ପଟେଲ, ସଚିନ ପାଇଲଟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାହୁଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ବୁଝାଇଛନ୍ତି। ତେବେ ଆଲୋଚନା ପରେ ସେ ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି । କହିଛନ୍ତି, ଲୋକସଭାରେ ସେ କଂଗ୍ରେସର ନେତୃତ୍ୱ ନେବାକୁ ପ୍ରସ୍ତୁତ । ଦଳକୁ ମଜଭୁତ କରିବା ପାଇଁ କାମ କରିବାକୁ ଚାହୁଁଛନ୍ତି । କିନ୍ତୁ ଅଧ୍ୟକ୍ଷ ପଦରେ ରହିବାକୁ ଚାହାନ୍ତି ନାହିଁ । ଏହା ସହ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଦଳ ଅଧ୍ୟକ୍ଷ ପଦରୁ ଦୂରେଇ ରହିବାକୁ ସେ କହିଛନ୍ତି। କଂଗ୍ରେସର କାର‌୍ୟ୍ୟକାରିଣୀରେ ଦଳର ପ୍ରଦର୍ଶନ ନେଇ ରାହୁଲ ଅସନ୍ତୋଷ ପ୍ରକାଶ କରିବା ସହ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହା ଅଗ୍ରାହ୍ୟ ହୋଇଥିଲା। ଦଳର କୌଣସି ବରିଷ୍ଠ ନେତାଙ୍କ ହାତରେ କଂଗ୍ରେସର ଅଧ୍ୟକ୍ଷ ପଦ ଦେବାକୁ ଦାବି କରିଛନ୍ତି ରାହୁଲ । ଏଥର ଲୋକସଭା ନିର୍ବାଚନରେ ଦଳ ମାତ୍ର ୫୨ଟି ଆସନରେ ବିଜୟ ଲାଭ କରିବା ପରେ ବିଭିନ୍ନ ରାଜ୍ୟର କଂଗ୍ରେସ ମୁଖ୍ୟମାନେ ପଦରୁ ଇସ୍ତଫା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.