ଭଞ୍ଜନଗରରେ ପାଳିତ ହୋଇଛି ବିଜେଡିର ପ୍ରତିଷ୍ଠା ଦିବସ, ସମାବେଶରେ ଯୋଗଦେଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ଭଞ୍ଜନଗର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ। ଏହି ଅବସରରେ ଆୟୋଜିତ ସମାବେଶରେ ବିଜେଡି କର୍ମୀ, ନେତା, ସମର୍ଥକ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମାବେଶ ଅନୁଷ୍ଠିତ ହୋଇଛି।
ଏଥିରେ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ଅମାତ, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କାଜୁ ନିଗମ ଅଧ୍ୟକ୍ଷା ଜୟଶ୍ରୀ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ରାଜ୍ୟସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।