ଲୋମହର୍ଷଣକାରୀ ହତ୍ୟାକାଣ୍ଡ: ଚାକରାଣୀ ପ୍ରେମରେ ଅନ୍ଧ ହୋଇ ୨ ବର୍ଷର ଶିଶୁକୁ ମାରିଦେଲା ମାଲିକର ପୁଅ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲାରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଚାକରାଣୀର ପ୍ରେମରେ ଅନ୍ଧ ହୋଇ ତାଙ୍କ ୨ ବର୍ଷର ଶିଶୁ କନ୍ୟାକୁ ହତ୍ୟା କଲା ଘର ମାଲିକର ପୁଅ । ଏଭଳି ଘଟଣା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଭୂଇଁ ପଡ଼ା ଗାଁରେ ଦେଖିବାକୁ ମିଳିଛି । ଆଉ ଖୋଦ ଘର ମାଲିକଙ୍କ ପୁଅ ମନୋଜ କୁମାର ଦାଶଙ୍କ ନାମରେ ଅଭିଯୋଗ ଆଣିଛନ୍ତି ତାଙ୍କ ଘର ଚାକରାଣୀ ଜ୍ୟୋତ୍ସ୍ନା ରାଣୀ ପରିଡ଼ା ।

ଘଟଣା ଅନୁସାରେ ସ୍ବାମୀଙ୍କ ସହ ବିଚ୍ଛେଦ ପରେ ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧୀନ ନୂଆଁ ବଜାର ର ଜ୍ୟୋତ୍ସା ରାଣୀ ପରିଡ଼ା ନିଜର ଦୁଇ ବର୍ଷର ଶିଶୁ କନ୍ୟା କୁ ନେଇ ପର ଘରେ କାମ କରି ଚଳୁଥିଲେ। କିଛି ଦିନ ହେବ ଖନ୍ତା ପଡ଼ା ଥାନା ଅଧୀନ ଭୂଇଁ ପଡ଼ା ର ଅନାଦି ଦାଶ ଙ୍କ ଘରେ ରହି କାମ କରୁଥିଲେ । କିନ୍ତୁ ଘର ମାଲିକଙ୍କ ପୁଅ ବିଭିନ୍ନ ସମୟରେ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ଜ୍ୟୋତ୍ସ୍ନା । ଖାଲି ସେତିକି ନୁହଁ ବିବାହ କରିବାକୁ ହେଲେ ଜ୍ୟୋତ୍ସ୍ନା ଙ୍କ ଦୁଇ ବର୍ଷର ଶିଶୁ କନ୍ୟା କୁ ରାସ୍ତାରୁ ସଫା କରିବା ପାଇଁ ସର୍ତ୍ତ ମଧ୍ୟ କରିଥିଲା ।

ସେଥିପାଇଁ ଜ୍ୟୋସ୍ନାଙ୍କ ଦୁଇ ବର୍ଷର ଶିଶୁ କନ୍ୟା କୁ ସବୁବେଳେ ମାର ଧର କରିବା ସହ ରାସ୍ତାରୁ ସବୁଦିନ ପାଇଁ ହଟାଇ ଜ୍ୟୋତ୍ସ୍ନା କୁ ବିବାହ କରିବାକୁ ବାରମ୍ବାର ପ୍ରବର୍ତାଉଥିଲା। କିନ୍ତୁ ଜ୍ୟୋତ୍ସ୍ନା ମନୋଜ ଙ୍କ କଥାରେ ରାଜି ନ ହେବାରୁ ଗତକାଲି ଜ୍ୟୋତ୍ସ୍ନା ମନୋଜ ଙ୍କ ମାଆ ଙ୍କୁ ଏକ ମେସ୍ କୁ ଦେଖାକରିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଶିଶୁ କନ୍ୟା କୁ ହତ୍ୟା କରିଥିବା ଜ୍ୟୋସ୍ନା ଖନ୍ତାପଡ଼ା ଥାନାରେ ଅଭିଯୋଗ ଆଣିଛି । ଗୁରୁତର ଶିଶୁ କନ୍ୟା କୁ ପ୍ରଥମେ ଶେରଗଡ଼ ହସ୍ପିଟାଲ ଓ ପରେ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ବେଳେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ତେବେ ଘଟଣାର ସତ୍ୟାସତ୍ୟ ଓ ସମ୍ବେଦନ ଶିଳ ମାମଲା କୁ ବିଚାର କରି ଖନ୍ତାପଡ଼ା ଥାନା ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୋଗ ଅନୁସାରେ ଅଭିଯୁକ୍ତ ମନୋଜ ଦାଶ ଫେରାର ଥିବା ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.