୫୮ ବର୍ଷ ବୟସରେ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତା; ରାଗିଗଲେ ତୃତୀୟ ପତ୍ନୀ, ଆଉ କହିଲେ, ‘ହେବାକୁ ଦେବିନାହିଁ…’

ସୁପରଷ୍ଟାର ମହେଶ ବାବୁଙ୍କ ସାବତ ଭାଇ ନରେଶ ବାବୁ ବର୍ତ୍ତମାନ ନିଜର ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ଚତୁର୍ଥ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ନୂଆ ବର୍ଷ ଆରମ୍ଭରେ ସେ ସାଉଥ୍ ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ତାଙ୍କର ବିବାହକୁ ନେଇ ଘୋଷଣା କରିଥିଲେ, ଯାହା ପରଠାରୁ ବିବାହର ଚର୍ଚ୍ଚା ଜୋର ଧରିଛି। ଏବେ ଏ ନେଇ ଅଭିନେତାଙ୍କ ତୃତୀୟ ପତ୍ନୀ ରାମ୍ୟା ରଘୁପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ନିକଟରେ ଅଭିନେତା ନରେଶ ବାବୁ ପବିତ୍ରାଙ୍କ ସହ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସେ ଅଭିନେତ୍ରୀଙ୍କ ସହ ଲିପ୍ ଲକ୍ କରୁଥିବାର ଖାଯାଇଥିଲେ। ଏହି ଭିଡିଓଟି ଆଲୋଚନାର ପ୍ରସଙ୍ଗ ହୋଇଥିଲା। କନ୍ନଡ ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ତାଙ୍କର ନାମ ଦୀର୍ଘ ଦିନରୁ ଯୋଡ଼ା ହୋଇ ଆସୁଥିଲା। ଏହି ଭିଡିଓ ଭାଇରାଲ ହେବା କ୍ଷଣି ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ଏହା ଉପରେ ତୃତୀୟ ପତ୍ନୀ ରାମ୍ୟା ରଘୁପତି କ୍ରୋଧ ପ୍ରକାଶ କରିଛନ୍ତି। ରାମ୍ୟା କହିଛନ୍ତି ଯେ ସେ ଏହି ବିବାହକୁ କେବେ ବି ହେବାକୁ ଦେବେ ନାହିଁ।
ନିକଟରେ ଏକ ସାକ୍ଷାତକାରରେ ରାମ୍ୟା କହିଥିଲେ କି, ‘ସେ ଏତେ ତଳକୁ କେମିତି ଖସି ପାରିବେ। ସେ ଚତୁର୍ଥ ବିବାହ କିପରି କରି ପାରିବେ? ମୁଁ ତାଙ୍କୁ ଏହି ବିବାହ କରିବାକୁ ଦେବି ନାହିଁ। ଆମର ଏ ପର୍ଯ୍ୟନ୍ତ ଛାଡପତ୍ର ହୋଇନାହିଁ। ସେ ପୂର୍ବରୁ ହିଁ ତିନୋଟି ବିବାହ କରି ସାରିଛନ୍ତି, ଆମର ଏକ ସନ୍ତାନ ମଧ୍ୟ ଅଛି’।
New Year ✨
New Beginnings 💖
Need all your blessings 🙏From us to all of you #HappyNewYear ❤️
– Mee #PavitraNaresh pic.twitter.com/JiEbWY4qTQ
— H.E Dr Naresh VK actor (@ItsActorNaresh) December 31, 2022
ସେପଟେ ଭିଡିଓ ବିଷୟରେ କଥା ହେବା ତ, ବର୍ଷ ଆରମ୍ଭରେ ନରେଶ ଏହି ଭିଡିଓ ସେୟାର କରିଥିଲେ। ସେ ନୂଆବର୍ଷ ଶୁଭକାମନା ଜଣାଇବା ସହିତ ପବିତ୍ରା ଲୋକେଶଙ୍କ ସହ ତାଙ୍କ ବିବାହ ନିଶ୍ଚିତ କରିଥିଲେ। ଭିଡିଓରେ ନରେଶ ଓ ପବିତ୍ରା କେକ୍ କାଟି ପରସ୍ପରକୁ ଖୁଆଉଥିବା ଏବଂ ନୂଆ ବର୍ଷକୁ ସ୍ୱାଗତ କରୁଥିବାର ଦେଖାଯାଇଥିଲା।
ଭିଡିଓ ସେୟାର କରି ନରେଶ ଲେଖିଥିଲେ, ‘ନୂଆ ବର୍ଷ। ନୂଆ ଆରମ୍ଭ। ଆପଣ ସମସ୍ତଙ୍କର ଆଶୀର୍ବାଦ ଦରକାର। ଆପଣ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ’। କହି ରଖୁଛୁ, ଗତ ବର୍ଷ ମୈସୁରର ଏକ ହୋଟେଲରେ ପବିତ୍ରା ଓ ନରେଶଙ୍କୁ ରାମ୍ୟା ଚପଲରେ ଆକ୍ରମଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।