Below header

NRGA ପାଇଁ ଦିଲ୍ଲୀରେ ସମ୍ମାନିତ ହେଲା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର କସଣ୍ଡି ପଞ୍ଚାୟତ, ଉତ୍ସାହିତ ହେଲେ ଗ୍ରାମବାସୀ

କୋରାପୁଟ(କେନ୍ୟୁଜ୍):  ମହାତ୍ମାଗାନ୍ଧି ଜାତୀୟ କର୍ମନିଯୁକ୍ତି ଯୋଜନାରେ ଓଡିଶାର ଶ୍ରେଷ୍ଠ ଗାଁ ରୂପେ ସମ୍ମାନ ଓ ପୁରସ୍କାର  ପାଇଲା କୋରାପୁଟ  ଜିଲ୍ଲା ନନ୍ଦପୁର ବ୍ଲକର  କସଣ୍ଡି ପଞ୍ଚାୟତ। ଜାତୀୟ  ଗ୍ରାମୀଣ  ବିକାଶ ମନ୍ତ୍ରଣାଳୟ ପକ୍ଷରୁ  ଓଡିଶାରୁ ଏହି ଗାଁ ମନୋନିତ ହୋଇଥିଲା। ଆଜି ଦିଲ୍ଲୀରେ  କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରାଜ୍ୟମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ,ପିଡ଼ି ଡିଆରଡିଏ ପ୍ରବୀର କୁମାର ନାୟକ ,ସଂଯୋଜକ ଜୟନ୍ତ ନାୟକ ,ନନ୍ଦପୁର ବିଡ଼ିଓ ଏବଂ କସଣ୍ଡି ପଞ୍ଚାୟତର ସରପଞ୍ଚ ,ପିଇଓ ,ଏପିଓ ,ଯନ୍ତ୍ରୀ ଓ ଜିଆରଏସଙ୍କୁ ପୁରସ୍କାର ପ୍ରଦାନ  କରିଥିଲେ।

nandapurପ୍ରଥମ କରି ଓଡିଶାର ଏକ ଅଖ୍ୟାତ ପଲ୍ଲୀ ଦିଲ୍ଲୀରେ ସମ୍ମାନିତ ହୋଇଥିବାରୁ ଗ୍ରାମର ସମସ୍ତେ ଉତ୍ସାହିତ ହେଇଥିବାର ଦେଖିବାକୁ ମିଳିଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.