ଅଭିଯୁକ୍ତର ଗିରଫ ଦାବିରେ ଅନଶନ, ୨ ମାସ ପରେ ବି ଗିରଫ ହୋଇନି ଅଭିଯୁକ୍ତ

କେନ୍ଦ୍ରାପଡା(କେନ୍ଯୁଜ୍) : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବସନ୍ତ ନାୟକ ହତ୍ୟାକାଣ୍ଡର ଅଭଯୁକ୍ତକୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି । ଅଭିଯୁକ୍ତଙ୍କ ଗିରଫ ଦାବିରେ ମୃତକଙ୍କ ପରିବାର ଓ ଗାଁ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ଗିରଫ ନହେବା ଯାଏଁ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଗତ ସେପ୍ଟେମ୍ବର ୧୯ ତାରିଖରେ ବଡିହି ଗାଁର ବସନ୍ତ ନାୟକଙ୍କୁ ରତନପୁର ଗାଁର ଧୁକୁଡି ବାଇ ଘରୁ ଡାକି ନେଇ ହତ୍ୟା କରିଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଘଟଣାକୁ ୨ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଚୁପ୍‌ ବସିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.