ମାଆ ଓ ପୁଅଙ୍କୁ ଘର ଭିତରେ ପୋଡି ହତ୍ୟା ଘଟଣାର ପର୍ଦାଫାଶ, ଅଭିଯୁକ୍ତ ଦେବାଶିଷ ଦାସକୁ ଗିରଫ କରିଛି ପୋଲିସ୍

ଆନନ୍ଦପୁର: କେନ୍ଦୁଝର ନନ୍ଦିପଦା ଥାନା କଳିଗାଁଠାରେ ଗତ ୯ ତାରିଖ ଦିନ ବୃଦ୍ଧ ମାଆ ଓ ପୁଅଙ୍କୁ ଘର ଭିତରେ ପୋଡି ହତ୍ୟା କରାଯାଇଥିବା ଘଟଣାର ପର୍ଦାଫାଶ। ଅଭିଯୁକ୍ତ କଳିଗାଁ ଗାଁର ଦେବାଶିଷ ଦାସକୁ ଗିରଫ କରିଛି ପୋଲିସ। ଗଞ୍ଜେଇ ପାଇଁ ମାଆ-ପୁଅଙ୍କୁ ହତ୍ୟା କରାଯାଇଥିବା ଜଣାପହିଛି। ହତ୍ୟାକାରୀକୁ ଧରିବା ପରେ ପୋଲିସ ଏହି ସୂଚନା ଦେଇଛି।

ପୋଲିସ ସୂଚନା ମୁତାବକ, ନିଶା ପାଇଁ ଗଞ୍ଜେଇ ନ ଦେବାରୁ ଦେବାଶିଷ ପ୍ରଥମେ ପକ୍ଷାଘାତରେ ପୀଡ଼ିତ ଯୁବକ ବନମାଳୀକୁ ପିଟି ପିଟି ହତ୍ୟା କରିଥିଲା। ପରେ ୮୦ ବର୍ଷର ବୃଦ୍ଧାଙ୍କୁ ମଧ୍ୟ ହତ୍ୟା କରିଥିଲା। ଏହପରେ ପଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ବୋଲି ଦେବାଶିଷ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.